Posted inଜାତୀୟ

‘ଏକନାଥ ଶିନ୍ଦେ ସାବଧାନ ରୁହନ୍ତୁ’, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ସଙ୍କଟରେ ଥିବା ବେଳେ ଏମିତି କହିଲେ ରାଜ ଠାକରେ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ସହଧର୍ମିଣୀ ଅମୃତା ଫଡନବିଶ ବୁଧବାର ଲୋକମତ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ରାଜ ଠାକରେଙ୍କ ସାକ୍ଷାତକାର ନେଇଥିଲେ। ଅମୃତା ଫଡନବିଶଙ୍କ ସହ ଏନସିପି ଏମପି ଅମୋଲ କୋହ୍ଲେବି ଆଉ ଜଣେ ଆଙ୍କର ଭାବେ ପ୍ରଶ୍ନ ପଚାରିଥିଲେ।

ଅମୃତା ରାଜ ଠାକରେଙ୍କୁ ଏକ ତେରଛା ପ୍ରଶ୍ନ କରିଥିଲେ କି ଯଦି ଶିବସେନାର ନେତୃତ୍ୱ ରାଜ ଠାକରେଙ୍କ ହାତରେ ଥାଆନ୍ତା ତେବେ ଏତେ ଦୁର୍ଦ୍ଦଶା ବୋଧହୁଏ ହୋଇ ନ ଥାଆନ୍ତା। ଏହାର ଉତ୍ତରରେ ରାଜ ଠାକରେ କହିଥିଲେ ମୁଁ ପୁରୁଣା କଥା ସବୁ ଭୁଲି ଯାଇଛି। ଆପଣଙ୍କ ପ୍ରଶ୍ନ ହାଇପୋଥେଟିକାଲ। ମୁଁ ଏବେ ଏହାର କି ଉତ୍ତର ଦେବି, ଏବେ ମୋର ନିଜର ପାର୍ଟି ରହିଛି ତାକୁ ନେଇ ମୁଁ ଆଗକୁ ବଢୁଛି।
ଅମୃତାଙ୍କ ପ୍ରଶ୍ନ ଉପରେ ରାଜ ଠାକରେ ଗୋଟିଏ ଶବ୍ଦରେ ସମସ୍ତ ବଡ ବଡ ନେତାଙ୍କ ଉପରେ ଉତ୍ତର ଦେଇ ଉପଦେଶ ବି ଦେଇଛନ୍ତି।
ଏକନାଥ ଶିନ୍ଦେଙ୍କ ପାଇଁ କହିଛନ୍ତି ସାବଧାନ ରୁହ। ସେମିତି ଉଦ୍ଧବ ଠାକରେଙ୍କୁ ଉପଦେଶ ଦେଇ କହିଛନ୍ତି ସ୍ବୟଂ ଭୁ। ଆଦିତ୍ୟ ଠାକରେଙ୍କ ପାଇଁ କହିଛନ୍ତି ସ୍ବୟଂ ଭୁ। ଅଜିତ ପାଓ୍ବାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ଚାଚାଙ୍କ ଆଡକୁ ଟିକେ ଧ୍ୟାନ ଦିଅନ୍ତୁ। ଦେବେନ୍ଦ୍ର ଫଡଦବିଶଙ୍କ ପାଇଁ ରାଜ ଠାକରେ କହିଛନ୍ତି ସମ୍ପର୍କ ରଖିଥାଆନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri