ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି । ସେହିପରି ରାଜ ପ୍ରସାଦ (ଆଇପିଏସ୍‌)ଙ୍କୁ ରାୟଗଡ଼ା ଏସ୍‌ପି ଭାବେ ବଦଳି ହୋଇଛି। ରାୟଗଡ଼ା ଅତିରିକ୍ତ ଏସ୍‌ପି ରାମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସ୍‌ପି ଭାବେ ବଦଳି ହୋଇଛି।

Dharitri – Odisha’s No.1 Odia Daily

Share