ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ ସେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି ।
ରାଜ୍ ପ୍ରସାଦ ଦାୟିତ୍ୱ ସମ୍ଭାଳିବା ପରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ପୋଲିସ ଏଵଂ ସାରାରଣ ଲୋକଙ୍କ ମଧ୍ୟରେ କିପରି ଉତ୍ତମ ସମ୍ପର୍କ ରହିବ ସେ ଦିଗରେ ପ୍ରାଥମିକତା ଦିଆଯିବ । ଜିଲାରେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ବିଶେଷ ଦୃଷ୍ଟି ଦିଆଯିବ । ଅପରାଧିକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ।
ମହିଳା, ଶିଶୁ ସୁରକ୍ଷା ସହ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସୁରକ୍ଷା, ସାଇବର ଅପରାଧ ଉପରେ ନିୟନ୍ତ୍ରଣ, ଖରାପ ଥିବା ସି ସି ଟିଭିର କାର୍ଯ୍ୟକ୍ଷମ, ଟ୍ରାଫିକ ବ୍ୟବସ୍ଥାରେ ଦୃଢିକରଣ, ଅପରାଧ ମୁକ୍ତ ଦିଗରେ ପ୍ରତିଷେଧମୂଳକ ପଦକ୍ଷେପ, ଅପରାଧ ନିୟନ୍ତ୍ରଣ ଦିଗରେ ଦୃଷ୍ଟି, ଆଇନ ଅନୁଯାୟୀ ଅପରାଧୀମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ, ଅସ୍ତ୍ର ଶସ୍ତ୍ର କେଉଁ ଆଡୁ ଜିଲାକୁ ଆସୁଛି, କିଏ ଆଣୁଛି ତାହାର ଖଳତାଡ କରାଯିବ ବୋଲି ଏସ୍ପି କହିଛନ୍ତି । ଶେଷରେ ଜିଲାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଲୋକଙ୍କ ସହଯୋଗ କାମନା କରିଥିଲେ ।