Categories: ଜାତୀୟ

ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପାଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇ,୨୩।୭: ପର୍ନ ଭିଡିଓ ମାମଲାରେ ଫଶିଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ। ଅଧିକ ଖୋଳତାଡ ପାଇଁ ଶୁକ୍ରବାର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ କୁନ୍ଦ୍ରାଙ୍କୁ ନେଇ ଜୁହୁ ସ୍ଥିତ ଶିଳ୍ପାଙ୍କ ବାସଭବନରେ ପହଞ୍ଚିଛି। ପର୍ନ ଭିଡିଓ ମାମଲାରେ ଶିଳ୍ପାଙ୍କୁ ମଧ୍ୟ ଜେରା କରିପାରନ୍ତି ଅଧିକାରୀ। କାରଣ ଶିଳ୍ପା ମଧ୍ୟ କୁନ୍ଦ୍ରାଙ୍କ ସହ ଭିଆନ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ରାଜଙ୍କ ସମ୍ମୁଖରେ ଶିଳ୍ପାଙ୍କୁ ଜେରା କରାଯାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ରାଜଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାଜଙ୍କ ଇଣ୍ଟରନ୍ୟାସନାଲ କନେକ୍ସନ ଥିବା ଜଣାପଡ଼ିଛି। ଏକ ହ୍ବାଟସ୍‌ ଆପ୍‌ ଚାଟରୁ ଜଣାପଡ଼ିଛି ଯେ, କୁନ୍ଦ୍ରା ୧୨୧ଟି ଭିଡିଓକୁ ୧୨ଲକ୍ଷ ଆମେରିକା ଡଲାରରେ ବିକ୍ରି କରିବାକୁ କଥା ହୋଇଥିଲେ। ଏହା ଏକ ଅନ୍ତର୍ଜାତୀୟ ସ୍ତରର ମାମଲା ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି। ନିକଟରେ ଅନ୍ଧେରି ସ୍ଥିତ ଭିଆନ କମ୍ପାନୀ ଉପରେ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ ଚଢ଼ାଉ କରିଥିଲେ। ଏହି ସମୟରେ ଅନେକ ଡାଟା ଜବତ କରାଯାଇଥିଲା।

Share