ମୋ’ କଳା କାରନାମା ବିଷୟରେ ସ୍ତ୍ରୀ ଶିଳ୍ପାଙ୍କୁ ଜଣା ନ ଥିଲା: ରାଜ୍‌ କୁନ୍ଦ୍ରା

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତିକୁ ନେଇ ପୋଲିସ ଜାଲରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗିରଫ ହେବା ପରେ ସେ ଏବେ ଜୁଲାଇ ୨୩ ଯାଏ ପୋଲିସ ହେପାଜତରେ ଅଛନ୍ତି। ସ୍ବାମୀଙ୍କ ଏଭଳି କାରନାମାକୁ ନେଇ ଶିଳ୍ପା ଅଡ଼ୁଆରେ ଫସିଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଘୃଣାର ମନ୍ତବ୍ୟର ସମ୍ମୁଖୀନ ହେଉଛନ୍ତି। ଏପରିକି ତାଙ୍କୁ ଅନେକ ପ୍ରୋଜେକ୍ଟରୁ ବାହାର କରି ଦିଆଯାଉଛି। ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ସୁପର ଡ୍ୟାନ୍ସର’ରେ ଶିଳ୍ପା ଜଜ୍‌ ଥିବା ବେଳେ ଏବେ ତାଙ୍କୁ ହଟାଇ ଦିଆଯାଇଛି। ଅପରପକ୍ଷେ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ରାଜ୍‌। ପୋଲିସ ପଚରାଉଚରା ବେଳେ ସେ ସ୍ତ୍ରୀ ଶିଳ୍ପା ତାଙ୍କର ଏଭଳି ବ୍ୟବସାୟ ବିଷୟରେ ଜାଣି ନ ଥିବା କହିଛନ୍ତି।

ପୋଲିସ ଏହି ମାମଲାରେ ଚଢ଼ାଉ କରୁଥିବା ବେଳେ ରାଜ୍‌ଙ୍କୁ ପର୍ନ ବ୍ୟବସାୟ ନେଇ ପଚରାଉଚରା କରାଯାଉଛି। ହେଲେ ଶିଳ୍ପା ଫସିଯିବା ଆଶଙ୍କା କରି ରାଜ୍‌ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେ ଶିଳ୍ପାଙ୍କୁ ନ ଜଣାଇ ଏହି ବ୍ୟବସାୟ କରୁଥିଲେ। ଏହି ବିବୃତ୍ତି ପଛରେ ରାଜ ଶିଳ୍ପାଙ୍କ ଉପରେ କିଛି ଅସୁବିଧା ନ ଆସୁ ବୋଲି ଚାହୁଁଥିବା ସ୍ପଷ୍ଟ ହୋଇଛି। କାରଣ ପୋଲିସ ଯେକୌଣସି ମୂହୁର୍ତ୍ତରେ ଶିଳ୍ପାଙ୍କୁ ପଚରାଉଚରା କରିପାରେ।

କହିରଖୁଛୁ, ରାଜ୍‌ଙ୍କ ବିରୋଧରେ ଏହି ମାମଲା ଅଧିକ ଶକ୍ତିଶାଳୀ ହେଉଛି। ପୋଲିସ ଏହି ମାମଲାରେ ସାତଜଣ ମଡେଲଙ୍କୁ ମଧ୍ୟ ପଚରାଉଚରା କରିଛି। ସେମାନେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶେଷକରି ପୁନମ୍‌ ପାଣ୍ଡେ ତାଙ୍କ ନମ୍ବର ରାଜ୍‌ ସାର୍ବଜନୀନ କରିଥିବା ନେଇ ଅଭିଯୋଗ କରିଛନ୍ତି।

Share