ମୋ’ କଳା କାରନାମା ବିଷୟରେ ସ୍ତ୍ରୀ ଶିଳ୍ପାଙ୍କୁ ଜଣା ନ ଥିଲା: ରାଜ୍‌ କୁନ୍ଦ୍ରା

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତିକୁ ନେଇ ପୋଲିସ ଜାଲରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗିରଫ ହେବା ପରେ ସେ ଏବେ ଜୁଲାଇ ୨୩ ଯାଏ ପୋଲିସ ହେପାଜତରେ ଅଛନ୍ତି। ସ୍ବାମୀଙ୍କ ଏଭଳି କାରନାମାକୁ ନେଇ ଶିଳ୍ପା ଅଡ଼ୁଆରେ ଫସିଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଘୃଣାର ମନ୍ତବ୍ୟର ସମ୍ମୁଖୀନ ହେଉଛନ୍ତି। ଏପରିକି ତାଙ୍କୁ ଅନେକ ପ୍ରୋଜେକ୍ଟରୁ ବାହାର କରି ଦିଆଯାଉଛି। ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ସୁପର ଡ୍ୟାନ୍ସର’ରେ ଶିଳ୍ପା ଜଜ୍‌ ଥିବା ବେଳେ ଏବେ ତାଙ୍କୁ ହଟାଇ ଦିଆଯାଇଛି। ଅପରପକ୍ଷେ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ରାଜ୍‌। ପୋଲିସ ପଚରାଉଚରା ବେଳେ ସେ ସ୍ତ୍ରୀ ଶିଳ୍ପା ତାଙ୍କର ଏଭଳି ବ୍ୟବସାୟ ବିଷୟରେ ଜାଣି ନ ଥିବା କହିଛନ୍ତି।

ପୋଲିସ ଏହି ମାମଲାରେ ଚଢ଼ାଉ କରୁଥିବା ବେଳେ ରାଜ୍‌ଙ୍କୁ ପର୍ନ ବ୍ୟବସାୟ ନେଇ ପଚରାଉଚରା କରାଯାଉଛି। ହେଲେ ଶିଳ୍ପା ଫସିଯିବା ଆଶଙ୍କା କରି ରାଜ୍‌ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେ ଶିଳ୍ପାଙ୍କୁ ନ ଜଣାଇ ଏହି ବ୍ୟବସାୟ କରୁଥିଲେ। ଏହି ବିବୃତ୍ତି ପଛରେ ରାଜ ଶିଳ୍ପାଙ୍କ ଉପରେ କିଛି ଅସୁବିଧା ନ ଆସୁ ବୋଲି ଚାହୁଁଥିବା ସ୍ପଷ୍ଟ ହୋଇଛି। କାରଣ ପୋଲିସ ଯେକୌଣସି ମୂହୁର୍ତ୍ତରେ ଶିଳ୍ପାଙ୍କୁ ପଚରାଉଚରା କରିପାରେ।

କହିରଖୁଛୁ, ରାଜ୍‌ଙ୍କ ବିରୋଧରେ ଏହି ମାମଲା ଅଧିକ ଶକ୍ତିଶାଳୀ ହେଉଛି। ପୋଲିସ ଏହି ମାମଲାରେ ସାତଜଣ ମଡେଲଙ୍କୁ ମଧ୍ୟ ପଚରାଉଚରା କରିଛି। ସେମାନେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶେଷକରି ପୁନମ୍‌ ପାଣ୍ଡେ ତାଙ୍କ ନମ୍ବର ରାଜ୍‌ ସାର୍ବଜନୀନ କରିଥିବା ନେଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri