ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିବା ଅଭିଯୋଗ…

ମୁମ୍ବାଇ,୨୦।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରୁଥିବା ଏବଂ ଆପତ୍ତିଜନକ କଣ୍ଟେ୍‌ଟ ଅପଲୋଡ୍‌ କରୁଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଆଧାରରେ ରାଜ୍‌ଙ୍କୁ ଗିରଫ କରିଛି। ୨୦୨୧ ଫେବୃୟାରୀରେ ଏନେଇ ରାଜ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ରାଜ୍‌ଙ୍କ ବିରୋଧରେ ଆଇଟି ଆକ୍ଟ୍‌ ଏବଂ ଆଇପିସି ଧାରା ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେଲେ ରାଜ୍‌ଙ୍କ ପ୍ରତି ଜେଲ୍‌ ଦଣ୍ଡାଦେଶ କରାଯିବାର ଆଶଙ୍କା ରହିଛି। ୨୦୦୮ ସଂଶୋଧିତ ଆଇଟି ଆକ୍ଟ୍‌ର ଧାରା ୬୭-କ ଅନ୍ତର୍ଗତ ରାଜ୍‌ଙ୍କ ପ୍ରତି ଦଣ୍ଡବିଧାନ କରାଯାଇପାରେ। ସେହିପରି ଏଭଳି ମାମଲାରେ ଆଇପିସି ଧାରା ୨୯୨, ୨୯୩, ୨୯୪, ୫୦୦, ୫୦୬, ଏବଂ ୫୦୯ ଅନ୍ତର୍ଗତ ୫ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡାଦେଶର ପ୍ରାବଧାନ ରହିଛି। ଅପରାଧ ଅଧିକ ଗୁରୁତର ହେଲେ ଜେଲ୍‌ ଦଣ୍ଡାଦେଶ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି।

Share