ହୃଦ୍‌ଘାତରେ ରାଜ୍‌ କୌଶଲଙ୍କ ପରଲୋକ …

ମୁମ୍ବାଇ,୩୦।୬:ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କର ହୃଦ୍‌ଘାତରେ ପରଲୋକ ଘଟିିଛି। ବୁଧବାର ଭୋର୍‌ ୪ଟା ୩୦ରେ ଘରେ ରାଜ୍‌ଙ୍କୁ ହୃଦ୍‌ଘାତ ହୋଇଥିଲା। କୌଣସି ମେଡ଼ିକାଲ ସହାୟତା ନେବା ପୂର୍ବରୁ ସେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ବଲିଉଡ୍‌ରେ ଜଣେ ପ୍ରଡ୍ୟୁସର ଏବଂ ଷ୍ଟଣ୍ଟ୍‌ ନିର୍ଦ୍ଦେଶକ ଭାବେ ରାଜ୍‌ଙ୍କର ଖ୍ୟାତି ଥିଲା। ରାଜ୍‌ଙ୍କ ଅକାଳ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ସୂଚନାଯୋଗ୍ୟ,ରାଜ୍‌ ନିଜ କ୍ୟାରିୟର ମଧ୍ୟରେ ପ୍ୟାର୍‌ ମେ କଭି କଭି, ଶାଦି କା ଲଡୁ ଏବଂ ଆନ୍ଥୋନୀ କୌନ୍‌ ହୈ ଆଦି ୩ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ୧୯୯୬ରେ ମନ୍ଦିରା ବେଦୀ ଏବଂ ରାଜ୍‌ଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଥିଲା। ପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ। ଶେଷରେ ୧୯୯୯ ଫେବୃୟାରୀ ୧୪ରେ ସେମାନେ ବିବାହ କରିଥିଲେ। ୨୦୧୧ ଜାନୁୟାରୀ ୨୭ରେ ସେମାନଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲେ। ପରେ ୨୦୨୦ ଅକ୍ଟୋବରରେ ଜଣେ ୪ ବର୍ଷ ଶିଶୁକନ୍ୟାଙ୍କୁ ସେମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

Share