ଏସ୍‌ଏଲ୍‌ଏଲ୍‌ ମାଧ୍ୟମରେ ୨୫୦ ମିଲିୟନ ଡଲାର ସଂଗ୍ରହ

ନୂଆଦିଲ୍ଲୀ,୧।୨: ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ନିକଟରେ ଇଣ୍ଟରନ୍ୟାଶନାଲ ବ୍ୟାଙ୍କରୁ ସଷ୍ଟେନେବିଲିଟି ଲିଙ୍କ୍‌ଡ ଲୋନ୍‌ (ଏସ୍‌ଏଲ୍‌ଏଲ୍‌) ମାଧ୍ୟମରେ ୨୫୦ମିଲିୟନ ଡଲାର ସଂଗ୍ରହ କରିଛି। ବିଶେଷକରି କମ୍ପାନୀ ତା’ର କ୍ୟାପେକ୍ସ ପଦକ୍ଷେପକୁ ଆର୍ଥତ୍କ ସହାୟତା ଦେବା ତଥା କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଉକ୍ତ ପାଣ୍ଠି ସଂଗ୍ରହ କରିଥିବା ଜଣାପଡ଼ିଛି। ଏପରିକି ଡିକାର୍ବୋନାଇଜେଶନ ଏବଂ ନିରାପତ୍ତା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ପାରାମିଟର ଆଧାରରେ ଏହି ଋଣଗୁଡ଼ିକ ପ୍ରଦାନ କରାଯାଇଥିଲା, ଯାହା କମ୍ପାନୀ କ୍ୟାପିଟାଲ ବ୍ୟୟ ଆଡ଼କୁ ଉକ୍ତ ପାଣ୍ଠି ନିୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଏହା ଉଚ୍ଚସ୍ତରୀୟ ପଛୁଆ ଆଲୁମିନିୟମ୍‌ ଉତ୍ପାଦଗୁଡ଼ିକୁ ଏକୀକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ସହ କମ୍ପାନୀର ଅଭିବୃଦ୍ଧି ଯାତ୍ରାକୁ ମଧ୍ୟ ସହାୟତା କରିବ। ଏପରିକି ଋଣଦାତାମାନଙ୍କ ମଧ୍ୟରେ ମଧ୍ୟ ପୂର୍ବ ଏବଂ ଦୂର ପୂର୍ବର କେତେକ ବୃହତ୍‌ ଅନ୍ତର୍ଜାତୀୟ ବ୍ୟାଙ୍କ, ଯଥା ମାଶ୍ରେକ୍‌ ବ୍ୟାଙ୍କ, ଫାଷ୍ଟ ଆବୁଧାବି ବ୍ୟାଙ୍କ, କାତାର ନ୍ୟାଶନାଲ ବ୍ୟାଙ୍କ କ୍ୟୁପିଏସ୍‌ସି, ସିଟିବିସି ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥାଗୁଡିକ ଅନ୍ତର୍ଭୁକ୍ତ ରହିଛନ୍ତି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆଲୁମିନିୟମ ଭବିଷ୍ୟତରେ ସ୍ବଳ୍ପ କାର୍ବନ ପାଇଁ ଅପରିହାର୍ଯ୍ୟ ହେବ, ବୈଦ୍ୟୁତିକ ଯାନଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ଅନେକ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭାବେ ଏହାର ପ୍ରୟୋଗ ହେବ। ଲୋକଙ୍କ ନିରାପତ୍ତା, ଆମର ମୂଲ୍ୟ-ଶୃଙ୍ଖଳାର ଡିକାର୍ବୋନାଇଜେଶନ ଏବଂ ଜଳର ସକାରାତ୍ମକ କାର୍ଯ୍ୟ ଉପରେ ତୀକ୍ଷ୍ଣ ଧ୍ୟାନଦେଇ ସ୍ଥିରତାର ମୂଳଦୁଆ ଉପରେ ଆମର ଅଭିବୃଦ୍ଧି ଯୋଜନା ଗଠନ କରିବାକୁ ଆମେ ଇଚ୍ଛା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri