ଏସ୍‌ଏଲ୍‌ଏଲ୍‌ ମାଧ୍ୟମରେ ୨୫୦ ମିଲିୟନ ଡଲାର ସଂଗ୍ରହ

ନୂଆଦିଲ୍ଲୀ,୧।୨: ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ନିକଟରେ ଇଣ୍ଟରନ୍ୟାଶନାଲ ବ୍ୟାଙ୍କରୁ ସଷ୍ଟେନେବିଲିଟି ଲିଙ୍କ୍‌ଡ ଲୋନ୍‌ (ଏସ୍‌ଏଲ୍‌ଏଲ୍‌) ମାଧ୍ୟମରେ ୨୫୦ମିଲିୟନ ଡଲାର ସଂଗ୍ରହ କରିଛି। ବିଶେଷକରି କମ୍ପାନୀ ତା’ର କ୍ୟାପେକ୍ସ ପଦକ୍ଷେପକୁ ଆର୍ଥତ୍କ ସହାୟତା ଦେବା ତଥା କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଉକ୍ତ ପାଣ୍ଠି ସଂଗ୍ରହ କରିଥିବା ଜଣାପଡ଼ିଛି। ଏପରିକି ଡିକାର୍ବୋନାଇଜେଶନ ଏବଂ ନିରାପତ୍ତା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ପାରାମିଟର ଆଧାରରେ ଏହି ଋଣଗୁଡ଼ିକ ପ୍ରଦାନ କରାଯାଇଥିଲା, ଯାହା କମ୍ପାନୀ କ୍ୟାପିଟାଲ ବ୍ୟୟ ଆଡ଼କୁ ଉକ୍ତ ପାଣ୍ଠି ନିୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଏହା ଉଚ୍ଚସ୍ତରୀୟ ପଛୁଆ ଆଲୁମିନିୟମ୍‌ ଉତ୍ପାଦଗୁଡ଼ିକୁ ଏକୀକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ସହ କମ୍ପାନୀର ଅଭିବୃଦ୍ଧି ଯାତ୍ରାକୁ ମଧ୍ୟ ସହାୟତା କରିବ। ଏପରିକି ଋଣଦାତାମାନଙ୍କ ମଧ୍ୟରେ ମଧ୍ୟ ପୂର୍ବ ଏବଂ ଦୂର ପୂର୍ବର କେତେକ ବୃହତ୍‌ ଅନ୍ତର୍ଜାତୀୟ ବ୍ୟାଙ୍କ, ଯଥା ମାଶ୍ରେକ୍‌ ବ୍ୟାଙ୍କ, ଫାଷ୍ଟ ଆବୁଧାବି ବ୍ୟାଙ୍କ, କାତାର ନ୍ୟାଶନାଲ ବ୍ୟାଙ୍କ କ୍ୟୁପିଏସ୍‌ସି, ସିଟିବିସି ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥାଗୁଡିକ ଅନ୍ତର୍ଭୁକ୍ତ ରହିଛନ୍ତି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆଲୁମିନିୟମ ଭବିଷ୍ୟତରେ ସ୍ବଳ୍ପ କାର୍ବନ ପାଇଁ ଅପରିହାର୍ଯ୍ୟ ହେବ, ବୈଦ୍ୟୁତିକ ଯାନଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ଅନେକ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭାବେ ଏହାର ପ୍ରୟୋଗ ହେବ। ଲୋକଙ୍କ ନିରାପତ୍ତା, ଆମର ମୂଲ୍ୟ-ଶୃଙ୍ଖଳାର ଡିକାର୍ବୋନାଇଜେଶନ ଏବଂ ଜଳର ସକାରାତ୍ମକ କାର୍ଯ୍ୟ ଉପରେ ତୀକ୍ଷ୍ଣ ଧ୍ୟାନଦେଇ ସ୍ଥିରତାର ମୂଳଦୁଆ ଉପରେ ଆମର ଅଭିବୃଦ୍ଧି ଯୋଜନା ଗଠନ କରିବାକୁ ଆମେ ଇଚ୍ଛା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri