ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର ଅଫିସ, ୨୩।୨: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଭଡାଘର ଓ ପୈତୃକ ଘର ସମେତ ୭ଟି ଜାଗାରେ ହେଉଛି ଚଢ଼ାଉ କରାଯାଇଛି। ବାଲେଶ୍ୱର ସହର ୨ଟି ସ୍ଥାନ ସହ ପୁରୀ ଓ ଖୋର୍ଦ୍ଧା ଜିଲାର ୩ଟି ସ୍ଥାନରେ ଚଢାଉ ଜାରି ରହିଛି । ଅଜୟ ବାଲେଶ୍ୱର ପୂର୍ତ୍ତ ବିଭାଗ ୨ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।