Posted inରାଜ୍ୟ

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି ରାଜ୍ୟର ଅର୍ଥନୀତିକୁ ଗତି ଦେବ। ଏହି ଗ୍ରୀନଫିଲ୍ଡ ପ୍ରକଳ୍ପ ଡିସେମ୍ବର ୨୦୨୬ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

୧୬,୪୮୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି କରିଡର ଉଭୟ ସହର ମଧ୍ୟରେ ଯାତ୍ରା ସମୟକୁ ୧୨ ଘଣ୍ଟାରୁ ମାତ୍ର ୫ ଘଣ୍ଟାକୁ ହ୍ରାସ କରିବ। ପୁରୁଣା ଜାତୀୟ ରାଜପଥ-୨୬ ଦେଇ ଯାତ୍ରା ଦୂରତା ୫୯୭ କି.ମି. ଥିବା ବେଳେ, ନୂତନ କରିଡରରେ ଏହା ୪୬୫ କି.ମି.କୁ କମିଯିବ, ଯାହା ଫଳରେ ମୋଟ୍ ୧୩୨ କି.ମି. କମ୍ ଯାତ୍ରା କରିବାକୁ ପଡ଼ିବ। ଏହାଦ୍ୱାରା ଇନ୍ଧନ ସଞ୍ଚୟ ହେବା ସହ ପରିବହନ ଖର୍ଚ୍ଚରେ ବଡ଼ ଧରଣର ହ୍ରାସ ଘଟିବ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅନ୍ତର୍ଗତରେ ନିର୍ମିତ ଏହି କରିଡର ଛତିଶଗଡ଼ ଏବଂ ଓଡ଼ିଶାର ଶିଳ୍ପଗୁଡ଼ିକୁ ସିଧାସଳଖ ବିଶାଖାପାଟଣା ବନ୍ଦର ଏବଂ ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ସହିତ ଯୋଡ଼ିବ।

ଏହି ସଂଯୋଗ ବନ୍ଦର ଓ ଶିଳ୍ପ ହବ୍‌ଗୁଡ଼ିକ ସହିତ ଯୋଗାଯୋଗ ବୃଦ୍ଧି କରିବ। ଦ୍ରୁତ ରପ୍ତାନି ଏବଂ ସୁଗମ ଯୋଗାଣ ଶୃଙ୍ଖଳ ସୃଷ୍ଟି ହେବ। ବାଣିଜ୍ୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ପ୍ରୋତ୍ସାହନ ମିଳିବା ଫଳରେ ଲଜିଷ୍ଟିକ୍ସ ଦକ୍ଷତା ବଢ଼ିବ। କରିଡରଟି ଜଙ୍ଗଲ (ଛତିଶଗଡ଼), ଖଣିଜ ସମ୍ପଦ (ଓଡ଼ିଶା) ଏବଂ ପାହାଡ଼ିଆ ଅଞ୍ଚଳ (ଆନ୍ଧ୍ରପ୍ରଦେଶ) ଦେଇ ଅତିକ୍ରମ କରୁଛି।

ଏହି ଅର୍ଥନୈତିକ କରିଡର ଦ୍ୱାରା ଓଡ଼ିଶାର ବୋରିଗୁମ୍ମା, ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଓ ଦୂରବର୍ତ୍ତୀ ଜିଲାଗୁଡ଼ିକ ମୁଖ୍ୟ ବଜାର ଏବଂ ଆବଶ୍ୟକ ସେବା ସହିତ ଅଧିକ ପ୍ରଭାବଶାଳୀ ଭାବରେ ସଂଯୁକ୍ତ ହେବେ।

ଏହି ଗ୍ରୀନଫିଲ୍ଡ ରାଜପଥ ଯୋଜନା ଆରମ୍ଭ ହେବା ପରେ ଏହାର ଆଖପାଖ ଅଞ୍ଚଳରେ ଜମିର ମୂଲ୍ୟରେ ବହୁଳ ବୃଦ୍ଧି ଘଟିଛି। ଜଣେ ଚାଷୀଙ୍କ କହିବାନୁଯାୟୀ, ଆଗରୁ ଏକର ପିଛା ଜମିର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୧.୫ କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରକଳ୍ପ ଯୋଗୁଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କପ୍ତିପଦାରେ ଜବରଦଖଲ ଉଚ୍ଛେଦ, ଏନଏସି ମାନ୍ୟତା ପାଇବା ପରେ…

ଉଦଳା,୨୯।୧(ସନ୍ତୋଷ କୁମାର ବାଚ୍ଛିନୀ): ନୂତନ ଏନଏସି ଭାବେ କପ୍ତିପଦା ଘୋଷଣା ହୋଇଛି । ଏନଏସି ମାନ୍ୟତା ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା…

ନବୀନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର, କହିଲେ ଭାଜପା ଆସିବା ପରେ ଓଡ଼ିଶାବାସୀ…

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଗୁରୁବାର ଭବାନୀପାଟଣା ମିଡ୍‌ ଟାଉନଠାରେ ଅନୁଷ୍ଠିତ ଏକ…

ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା, ୬ ଜଣ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ବ୍ରହ୍ମପୁର,୨୯।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ଆଧାରରେ ସେ…

ନାବାଳିକାଙ୍କୁ ଅସଦାଚରଣ କରି ଥାନାରେ ଯୁବକ ଅଟକ

ଧର୍ମଶାଳା,୨୯ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବକ ୭ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ଯୁବକଙ୍କୁ…

ନୂଆ UGC ନିୟମରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨୯ା୧: ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍‌ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

କମିବ ଶୀତ-ବଢ଼ିବ ଗରମ, କଲବଲ କରିବ କୁହୁଡ଼ି

ଭୁବନେଶ୍ବର,୨୯।୧: ରାଜ୍ୟରେ ଶୀତର ପ୍ରକୋପ କମୁଥିବା ବେଳେ ଗରମ ବଢ଼ିବାରେ ଲାଗିଛି । ତେବେ ଆଗାମୀ କିଛି ଦିନରେ ରାତି ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri