Categories: ଖେଳ

ପୁଣି ପଡିଆକୁ ଫେରିବେ ସଚିନ ତେନ୍ଦୁଲକର!

ରାୟପୁର,୨୫।୧: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ଛତିଶଗଡରେ ରାୟପୁରରେ ମାର୍ଚ୍ଚ ୨ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। କ୍ରିକେଟର୍‌ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଜଣ୍ଟି ରୋଡ୍ସ, ବ୍ରେଟ୍‌ ଲି, ମୁଥିୟା ମୁରଲିଧରନ, ବ୍ରାଏନ ଲାରାଙ୍କ ଭଳି ବିଶ୍ୱବିଖ୍ୟାତ କ୍ରିକେଟ ଖେଳାଳି ଏହି ଟୁର୍ନାମେଣ୍ଟରେ ଭାଗ ନେବେ। ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆୟୋଜନ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଭାରତ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ ଭାଗ ନେବ। ପୂର୍ବରୁ ବିସିସିଆଇ ଏହି ଟୁର୍ନାମେଣ୍ଟ ଆୟୋଜନକୁ ସବୁ ସଙ୍କେତ ଦେଇସାରିଛି। କ୍ରିକେଟ ଜରିଆରେ ଲୋକଙ୍କୁ ସଡକ ସୁରକ୍ଷାର ବାର୍ତ୍ତା ଦେବା ଏହି ଟୁର୍ନାମେଣ୍ଟର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି।

Share