Categories: ଜାତୀୟ

ହସ୍ପିଟାଲ ବାହାରେ ମୃତଦେହ ଲମ୍ବା ଲାଇନ୍‌: ଭାଜପା ନେତା ଛାଡିଲେ ଭିଡିଓ

ରାୟପୁର,୧୩।୪: ଛତିଶଗଡରେ କରୋନା ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଠାରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ରହିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ହସ୍ପିଟାଲ ବାହାରେ ମୃତଦେହ ଲମ୍ବା ଲାଇନ୍‌ ହୋଇଛି। ଏହାର ଏକ ଜଣେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଭିଡିଓଟି ମହାରାଷ୍ଟ୍ର ଭାଜପା ନେତା ପ୍ରେମ ଶୁକ୍ଲା ନିଜ ଟୁଇଟର୍‌ରେ ଶେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଭିଡିଓ ଶେୟାର କରି ସେ ଲେଖିଛନ୍ତି, ଏହି ଦୃଶ୍ୟ ଛତିଶଗଡର ଆମ୍ବେଦକର ହସ୍ପିଟାଲର, ଯେଉଁଠାରେ ମୃତଦେହ ରଖିବା ପାଇଁ ସ୍ଥାନ ନାହିଁ। ଅନ୍ତିମ ସଂସ୍କାର ପାଇଁ ମୃତଦେହଗୁଡିକ ଅପେକ୍ଷା କରିଛି। ରାହୁଲ ଗାନ୍ଧୀ ଏହା ଉପରେ କିଛି କୁହନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଛତିଶଗଡରେ ଆଜି ରେକର୍ଡ ୧୩ ହଜାରରୁ ଅଧିକ କେରାନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୧୦୫ ଜଣଙ୍କ ମୃତ୍ୟୁ ଘଟିଛି।

Share