ଲଗାଣ ବର୍ଷାରେ ପାଟଣା ଅଞ୍ଚଳ ବେହାଲ: ପୋଲ ଉପରେ ବର୍ଷାଜଳ, ଗମନାଗମନ ବ୍ୟାହତ

ପାଟଣା,୨୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀନାଳ ଫୁଲିବା ସହ କେତେକ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରବାହିତ ହୋଇଛି। ପାଟଣା ଦେଇ ପ୍ରବାହିତ ବୈତରଣୀନଦୀ ଓ ସାହାରପଡ଼ା ଦେଇ ପ୍ରବାହିତ ଦେଓ ନଦୀରେ ଜଳସ୍ରୋତ ବୃଦ୍ଧି ପାଇଥିବାରୁ ବିଭିନ୍ନ ସ୍ଥାନରେ ନଦୀ ଜଳ ବିଲ ଓ ରାସ୍ତାକୁ ପ୍ରବେଶ କରିଛି। ସହରପଡ଼ା ବ୍ଲକ କପୁଣ୍ଡୀ ପଇଦା ନାଳ ଉପରେ ୩ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବାରୁ ପାଟଣା ମୁଖ୍ୟାଳୟରୁ କପୁଣ୍ଡି, ମିରିଗିଖୋଜି, କୁଣ୍ଡଳା, ବନବୀର ଠାକୁରମୁଣ୍ଡା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ପାଟଣା ବ୍ଲକ ନୂଆପଡ଼ାର ସୀତା ନଦୀର ପୋଲ ଉପରେ ଶନିବାର ୬ ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ହେଉଥିବାରୁ ପାଟଣା ବ୍ଲକରୁ ଢେଙ୍କିକୋଟ, ଘଟଗାଁକୁ ଗମନାଗମନ ବ୍ୟାହତ ସୃଷ୍ଟି ହୋଇଛି। ଏଠାରେ ନିର୍ମାଣାଧୀନ ନୂତନ ପୋଲ କାର୍ଯ୍ୟ ସରିଥିଲେ ହେଁ ଆପ୍ରୋଚ ରୋଡ୍‌ ନିର୍ମାଣ ହୋଇ ନ ଥିବାରୁ ନୂତନ ପୋଲ ଉପରେ ଯାତାୟାତ ହୋଇପାରୁ ନାହିଁ। ନଦୀ ଉପରେ ନବନିର୍ମିତ ପୋଲର ଆପ୍ରୋଚ୍‌ ରୋଡ୍‌ କାମ ସରି ନଥିବାରୁ ଉକ୍ତ ରାସ୍ତାରେ ଗା ଚଳାଚଳ ବ୍ୟାହତ ହୋଇଛି। ପୋଲ ଉପରେ ନଦୀ ଜଳ ପ୍ରବାହିତ ହେଉଥିବାରୁ ରୁ ରାସ୍ତାର ଉଭୟ ପାର୍ଶରେ ଗାଡି ମୋଟର ଅଟକି ରହିଛି। ଏଭଳିକି ସାହାରପଡ଼ା ବ୍ଲକ ମୁଖ୍ୟାଳୟରୁ ଆସିଥିବା ଲକ୍ଷ୍ମୀ ବସ୍‌ କପୁଣ୍ଡି ପୋଲ ଉପରେ ପାଣି ଯୋଗୁ ଲକ୍ଷ୍ମୀ ବସ୍‌ ସାଙ୍ଗକୁ ସ୍କୁଲ ବସ୍‌ ଯାଇ ପାରି ନାହିଁ। ସେହିଭଳି ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ତେଲ ନଦୀ ଉପରେ ୩ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ ଉକ୍ତ ରାସ୍ତାରେ ଗାଡ଼ମୋଟର ଚଳାଚଳ ବ୍ୟାହତ ହୋଇଛି। ଫଳରେ ଦାମାହୁଦାଠାରୁ ଠାକୁରମୁଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri