ଦୁଃଖ ଦେଇଗଲା ‘ମୋନ୍ଥା’: ହେକ୍ଟର ହେକ୍ଟର ଜମିରେ ବର୍ଷା ପାଣି, ଚାଷୀ ମୁଣ୍ଡରେ ହାତ…

ଛତ୍ରପୁର,୨୯।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଜିଲାରେ ହେକ୍ଟର ହେକ୍ଟର ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି l ବର୍ଷା କିଛି ପରିମାଣରେ କମି ଯାଇଥିଲେ ହେଁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏହି ବର୍ଷା ଏବେ ଚାଷୀଙ୍କ ପାଇଁ କାଳ ସାଜିଛି । ବର୍ଷସାରା ଅନ୍ୟାନ୍ୟ କାରଣରୁ ଚାଷୀମାନେ କ୍ଷତି ସହୁଥିଲେ । ହେଲେ ଏବେ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।

ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ଶୋଇ ପଡ଼ିଛି। ବିଲରେ ବର୍ଷା ପାଣି ଲହରୀ ଭାଙ୍ଗୁଛି। ଅନ୍ୟପଟେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କ୍ଷେତ ପରିଦର୍ଶନ କରି ବୁଧବାର ପ୍ରାଥମିକ ଭାବେ କ୍ଷୟକ୍ଷତିର ଆକଳନ କରିଛନ୍ତି। ଉଭୟ ବିଭାଗର ଅଧିକାରୀମାନେ ଧାନ ଫସଲ, ଜମି ଏବଂ ବିଭିନ୍ନ ପ୍ରକାର ପନିପରିବା ଚାଷ କ୍ଷେତକୁ ବୁଲି ଦେଖିଛନ୍ତି। ଜିଲାରେ ୧ଲକ୍ଷ ୮୮ ହଜାର ୩୨୩ ହେକ୍ଟର ଜମିରେ ଧାନ ଫସଲ କରାଯାଇଛି। ବର୍ତ୍ତମାନ ଧାନ କଞ୍ଚା ତଥା ଗର୍ଭ ଅବସ୍ଥା ଥିବାରୁ ୩ଦିନ ଧରି ବର୍ଷା ଯୋଗୁ ଧାନ ପୋଡା ଫାଟିଯିବାର ସମ୍ଭାବନା ରହିଛି। ଏବେ ବିଲରେ ବର୍ଷା ପାଣି ଜମି ରହିଥିବା ମଧ୍ୟ ଦେଖିବାକୁ ମିଳିଛି।

ପ୍ରାଥମିକସ୍ତରରେ କୃଷି ବିଭାଗ ଆକଳନ ଅନୁସାରେ ଜିଲାର ୧୬୦୦ ହେକ୍ଟର ଧାନ ଫସଲ ବିଲ ୩୩ ପ୍ରତିଶତ ଆଂଶିକ କ୍ଷତି ହୋଇଥିବା ଜିଲା କୃଷି ମୁଖ୍ୟ ଅଧିକାରୀ ଅଜୟ କୁମାର କର ସୂଚନା ଦେଇଛନ୍ତି। ସେହିପରି ଜିଲାର ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ସମେତଅନ୍ୟାନ୍ୟ ବ୍ଲକ ଅଂଚଳ ରେ କଞ୍ଚା ଲଙ୍କା, ଫୁଲ କୋବି, ଟମାଟୋ ସହ ବିଭିନ୍ନ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚାଷୀ ନେତା କହିଛନ୍ତି।

ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ମଧ୍ୟ ବର୍ଷା ଯୋଗୁ ବଡମାଧପୁର, ଭିକାରୀପଲ୍ଲୀ, ବଉଳଗାଁ, ମହାନାଦପୁର, ବିପୁଳିଙ୍ଗି ଓ ପୋଟଲାମପୁର ଆଦି ପଞ୍ଚାୟତରେ ଫସଲ ନଷ୍ଟ ହେବା ଦେଖିବାକୁ ମିଳିଛି। ଏନେଇ କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଛତ୍ରପୁର ବ୍ଲକରେ ୮ ହଜାର ୯୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ବେଳେ ବୁଧବାର ପ୍ରାଥମିକ ଯାଞ୍ଚରୁ ୬୨ ହେକ୍ଟର ଧାନ ଚାଷ ଜମି ଆଂଶିକ ନଷ୍ଟ ହେବା ଜଣାପଡ଼ିଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ହେକ୍ଟର ହେକ୍ଟର କଞ୍ଚା ଲଙ୍କା, ଫୁଲ କୋବି ସହିତ ବିଭିନ୍ନ ପରିବା ଚାଷ ଆଦି ଫସଲ ହୋଇଛି। ଏହି ପରିଦର୍ଶନ ବେଳେ ଗୋଷ୍ଠୀ କୃଷି ଅଧିକାରୀ ଚୈଧୁରୀ ସନମାର୍ଗ କର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସନ୍ଦିପ କୁମାର ବଢ଼େଇ,କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ଡି ରବିନ୍ଦ୍ର କୁମାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri