ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବର୍ଷା ପାଣି

ଔପଦା, ୩।୭(ଧରିତ୍ରୀ ପଣ୍ଡା): ଔପଦା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଗରେ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥାନ ନ ଥିବାରୁ  ସାମାନ୍ୟ ବର୍ଷା ହେଲେ ପାଣି ଜମି ରହି ଲହଡ଼ି ମାରୁଛି। ଏହି କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଶିକ୍ଷୟିତ୍ରୀଙ୍କଠାରୁ ନିଯୁକ୍ତି କର୍ମଚାରୀ, ଏସ୍‌ଏଚ୍‌ଜି  ମହିଳା ଓ ସାଧାରଣ ଲୋକେ କାର୍ଯ୍ୟାଳୟକୁ ଆସିଲେ ପାଣିରେ ପଶି ଆସୁଥିବା ଦେଖାଯାଉଛି। ବ୍ଲକ କାର୍ଯ୍ୟାଳୟକୁ ଲାଗି ସିଡିପିଓଙ୍କ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ ଅଳିଆ ଆବର୍ଜନା ସେଠାରେ ପଡୁଥିବାରୁ ପରିବେଶ ଦୂଷିତ ହେଉଛି।
କାର୍ଯ୍ୟାଳୟ ଆଗରେ ବର୍ଷା ପାଣି ଜମି ରହିବା ସମ୍ପର୍କରେ ସିଡିପିଓ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ପଚାରିବାରୁ ଏ ବିଷୟରେ ବଡିଓଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।