Posted inଜାତୀୟ

ବର୍ଷା ବିତ୍ପାତ: ୩୪ ମୃତ

ଡେରାଡୁନ/ନୈନିତାଲ, ୨୦ା୧୦: ଦେବଭୂମି ଉତ୍ତରାଖଣ୍ଡକୁ ବିପତ୍ତିକୁ ଡାକି ଆଣିଛି ଲଗାଣ ବର୍ଷା। ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ମଙ୍ଗଳବାର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୃତକଙ୍କ ସଂଖ୍ୟା ୩୪କୁ ବଢ଼ିଛି। ରେସ୍କ୍ୟୁ ଅପରେଶନରେ ନିୟୋଜିତ ଏନ୍‌ଡିଆର୍‌ଏଫ୍‌ ଅଦ୍ୟାବଧି ୩୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା କହିଛି।

ଉତ୍ତରାଖଣ୍ଡରେ ରବିବାରଠାରୁ ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏଥିଯୋଗୁ ମୃତୁସଂଖ୍ୟା ୩୪ରେ ପହଞ୍ଚିଥିବାବେଳେ ଅନେକ ନିଖୋଜ ଅଛନ୍ତି। ବନ୍ୟାରେ ଅନେକ ରାସ୍ତା, ପୋଲ, ରେଳଧାରଣା ଧୋଇଯାଇଛି। ନୈନିତାଲ ଜିଲାର ରାମଗଡ଼ଠାରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ରାମଗଡ଼-ରାଣୀକ୍ଷେତ ନିକଟ ଲେମନ୍‌ ଟ୍ରି ରିସୋର୍ଟରେ ପ୍ରାୟ ୨ ଶହ ଲୋକ ଫସି ରହିଛନ୍ତି। ନୈନି ହ୍ରଦର ପାଣି ଉଚ୍ଛୁଳିବାରୁ ନିକଟବର୍ତ୍ତୀ ରାସ୍ତାଘାଟ, ଦୋକାନ ବଜାର ବୁଡ଼ିଯାଇଛି। ସେହିପରି ବର୍ଷାଜନିତ ଭୂସ୍ଖଳନ ଯୋଗୁ ଅନେକ କୋଠ ଭୁସୁଡ଼ି ପଡ଼ିଛି। ଉତ୍ତରାଖଣ୍ଡରୁ ନୈନିତାଲ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ନୈନିତାଲର ବୋଲି ଜଣାଯାଇଛି। ମଙ୍ଗଳବାର ୨୪ ଜଣ ପ୍ରାଣ ହରାଇଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ବନ୍ୟାସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମୀକ୍ଷା କରିବା ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ବିପର୍ଯ୍ୟୟରେ ଘର ହରାଇଥିବା ଲୋକଙ୍କୁ ୧.୯ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏ ସମ୍ପର୍କରେ ଧାମିଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସ୍ଥାନରେ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନୈନିତାଲ ଏବଂ ଗଡ଼ଓ୍ବାଲରେ ଏଥିପାଇଁ ସେନାର ୩ ହେଲିକପ୍ଟର ମୁତୟନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ର ୧୫ଟି ଟିମ୍‌ ଉତ୍ତରକାଶୀ, ଡେରାଡୁନ, ଚାମୋଲି, ଅଲ୍‌ମୋରା, ପିଥୋରାଗଡ, ହରିଦ୍ୱାର ଏବଂ ଗଦରପୁରରେ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଥିବା ୩୦୦ ଜଣଙ୍କୁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ ହୋଇଛି। ରାସ୍ତାରେ ଛିଡ଼ା ହୋଇଥିବା ଅନେକ ଗାଡ଼ି ବୁଡ଼ିଯାଇଥିବାବେଳେ କେତେକ ଭାସି ଯାଉଥିବା ଦେଖିବାକୁ ମିଳିଛି। ପାଣି ଘେରରେ ଏକ ହାତୀ ଫସିରହିଥିବା ଆଉ ଏକ ଭିଡିଓରେ ଦେଖାଯାଇଛି। ହାତୀକୁ ଉଦ୍ଧାର ପାଇଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri