Categories: ଫୁରସତ

୪୩ ବର୍ଷରେ ପୃଥିବୀରୁ ନଷ୍ଟ ହୋଇଯିବ ଜଙ୍ଗଲ, ଏହି ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଆମାଜନ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆସନ୍ତା ୪୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୬୪ ବର୍ଷ ସୁଦ୍ଧା ଏହି ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ଏହାର ମୁଖ୍ୟ କାରଣ ହେଲା ଜଳବାୟୁ ପରିବର୍ତ୍ତନ। ନିଆଁ ଏବଂ ବଡ଼ବଡ଼ ଗଛ କଟାଯିବା।

ଦୁନିଆର ୨୦ ପ୍ରତିଶତ ଅମ୍ଳଜାନ ଆମାଜନ ଜଙ୍ଗଲରୁ ହିଁ ଆସିଥାଏ। ତେଣୁ ଏହାକୁ ‘ପୃଥିବୀର ଫୁସ୍‌ଫୁସ୍‌’ ମଧ୍ୟ କୁହାଯାଏ। ଏହି ଜଙ୍ଗଲ ୨.୧ ମିଲିୟନ ବର୍ଗମିଲ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ଜଙ୍ଗଲକୁ ନେଇ ବୈଜ୍ଞାନିକମାନେ କୁହନ୍ତି, କିଛି ସମୟ ମଧ୍ୟରେ ଏହା ଶୁଷ୍କ ହୋଇଯିବ। ଏଠାରେ ଥିବା ସବୁଜ ବନାନୀ ମରୁଭୂମିରେ ପରିଣତ ହେବ।

ୟନିଭର୍ସିଟି ଅଫ୍‌ ଫ୍ଲୋରିଡାର ଭୂବୈଜ୍ଞାନିକ ରବର୍ଟ ଓ୍ବାକର ୨୦୬୪ରେ ଆମାଜନ ଜଙ୍ଗଲ ନଷ୍ଟ ହୋଇଯିବ ବୋଲି ପୂର୍ବାନୁମାନ କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା, ଗଛ କାଟିବା ଏବଂ କମ୍‌ ବର୍ଷା ହେବା ଯୋଗୁ ପୃଥିବୀରୁ ଜଙ୍ଗଲ ନଷ୍ଟ ହୋଇଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

Share