ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ ଚକୋଲେଟର ବରଫ ଚାଦରରେ ଘୋଡ଼େଇ ହୋଇ ଯାଇଛି। ଏଠାରେ ଥିବା ଲିଣ୍ଡିଟ୍‌ ଆଣ୍ଡ୍‌ ସ୍ପ୍ରୁଞ୍ଜିଲି ଚକୋଲେଟ ଫ୍ୟାକ୍ଟ୍ରିର ଭେଣ୍ଟିଲେଶନ ସିଷ୍ଟମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କଣ୍ଟେନରରେ ଥିବା କୋକୋଆର କ୍ଷୁଦ୍ର କଣିବା କୋକୋଆ ନିବ୍‌ ବାହାରକୁ ତୀବ୍ର ବେଗରେ ବାହାରି ଆସିଥିଲା। କୋକୋଆ ନିବ୍‌ ସହରରେ ରାସ୍ତା ଘାଟ କୋଠାବାଡ଼ି ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପରେ ଫ୍ୟାକ୍ଟ୍ରିର ଭେଣ୍ଟିଲେଶନ ସିଷ୍ଟମ୍‌ର ମରାମତି ହୋଇଥିବା କୁହାଯାଉଛି।

Share