ପାଚିଲା ଧାନ ଉପରେ ବର୍ଷା ପାଣି

ଅନୁଗୋଳ ଅଫିସ, ୬।୧୨: ବାତ୍ୟା ଜଓ୍ବାଦ ପ୍ରଭାବରେ ୨ ଦିନ ଧରି ବର୍ଷା ଲାଗିରହିବାରୁ ଅନୁଗୋଳ ଜିଲାର ସହସ୍ରାଧିକ ଏକର ଧାନ ଫସଲ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ପାଚିଲା ଧାନ ଜମିରେ ବର୍ଷା ପାଣି ଠିଆ ହୋଇରହିଥିବାରୁ ତଳେ ଲୋଟୁଥିବା ଧାନ ଗଜା ହୋଇଯିବା ସମ୍ଭାବନା ବଢ଼ିଯାଇଛି। ଏହାକୁ ନେଇ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷକର ଫସଲ କିପରି ବଞ୍ଚାଇବେ ତାହାକୁ ନେଇ ସେମାନେ ଥଳକୂଳ ପାଉ ନ ଥିବା ବେଳେ ଜିଲା କୃଷି ବିଭାଗ ସୋମବାର ପୂର୍ବାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ସୂଚନା ମିଳିଛି। ଏପରି କି ସୋମବାର କ୍ଷେତ୍ର ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଚଳିତବର୍ଷ ମୌସୁମୀ ବର୍ଷା ଠିକ୍‌ ସମୟରେ ନ ହେବାରୁ ଜିଲାରେ ଧାନ ଫସଲ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରି ନ ଥିଲା। ଜିଲାରେ ପ୍ରଥମେ ୮୬ ହଜାର ହେକ୍ଟରରେ ଧାନ ଚାଷ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ନିଅଣ୍ଟିଆ ବର୍ଷା କାରଣରୁ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ତେବେ ଯେତିକି ଫସଲ କରାଯାଇଥିଲା ସେଥିରେ ଗତମାସରେ ଘନ ଘନ ଲଘୁଚାପ ବାଧକ ସାଜିଥିବାବେଳେ ଡିସେମ୍ବରରେ ବାତ୍ୟା ଜଓ୍ବାଦ ଅମଳ ସମୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜିଲାର ସହସ୍ରାଧିକ ଏକର ଚାଷ ଜମିରେ ବର୍ଷା ପାଣି ଛିଡ଼ା ହୋଇ ରହିଥିବାବେଳେ ବହୁ ସ୍ଥାନରେ ଧାନ ଗଛ ପାଣିରେ ଶୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଚାଷ ହୋଇଥିବା ଜମିରୁ ମାତ୍ର ୨୫ରୁ ୩୦ ପ୍ରତିଶତ ଅମଳ ସରିଛି। ବାକି ୭୦ ପ୍ରତିଶତ ଧାନ ଫସଲ ବର୍ଷା ପାଣିରେ ବିଲରେ ଲୋଟିଥିବା ଜିଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଧାନ ଚାଷ ନୁହେଁ ବିରି, ମୁଗ, ହରଡ଼, ରାଶି ଓ ପରିବା ଚାଷୀମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି। ଏ ନେଇ ଜିଲା କୃଷି ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ପାଲଲହଡ଼ା, ତାଳଚେର, କଣିହଁା, ଅନୁଗୋଳ, ବଅଁରପାଳ ଆଦି ଅଞ୍ଚଳର କୃଷି ଅଧିକାରୀଙ୍କୁ ବୈଠକକୁ ଡକାଯାଇଛି। ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରେ ବର୍ଷାର ପ୍ରଭାବ ସେତେଟା ନ ଥିବାରୁ ସେଠାରେ ଥିବା କୃଷି ଅଧିକାରୀଙ୍କୁ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ପରେ ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ ସହ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଦେବରାଜ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri