ଆଗାମୀ ୫ ଦିନ ବର୍ଷା, ବଜ୍ରପାତ ଭୟ; ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବର୍ଷା ଜାରି ରହିଛି। ଶୁକ୍ରବାର ପୁରୀରେ ସର୍ବାଧିକ ୨୭.୧ ମିମି ଓ ଭବାନୀପାଟଣାରେ ୧୪.୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ ରାଜ୍ୟର କାଁଭାଁ କିଛି ଅଞ୍ଚଳରେ ବର୍ଷା ହୋଇଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ବଜ୍ରପାତ ଭୟ ରହିଛି। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାକୁ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ଓ୍ବାର୍ନିଂ ରହିଛି। ଏହିସବୁ ଜିଲାର କିଛିି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ସହ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କଙ୍ଗନା: କହୁ କହୁ କହିଦେଲେ…

ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ କଙ୍ଗନା ଏବଂ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ରିପୋର୍ଟ ଭାଇରାଲ ହୋଇଛି। ଏହି ରିପୋର୍ଟ ପଢିବା ପରେ…

ବାହାଘର ଭୋଜି ଖାଇ ଫେରୁଥିଲେ:  ରାସ୍ତାରେ ହେଲା ଭୟଙ୍କର ଦୁର୍ଘଟଣା

ମୋହନା,୪।୫(ମନ୍ମଥ ମିଶ୍ର): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରିସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମୁହାମୁହିଁ ଧକ୍କାହୋଇ  ଘଟଣାସ୍ଥଳରେ ଜଣେ ମୃତ, ଛଅ ଜଣ…

ଆରସିବିକୁ ବଡ଼ ଝଟ୍‌କା: ସ୍ୱଦେଶ ଫେରିଲେ ଫିଲ୍‌ ସଲ୍ଟ

ନୂଆଦିଲ୍ଲୀ,୪ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓପନର ଇଂଲଣ୍ଡର ଫିଲ୍‌ ସଲ୍ଟ ସ୍ୱଦେଶ ଫେରିଛନ୍ତି। ଗତ ମାସରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କର କ୍ଷତର ଗଭୀରତା…

ହାଟ ମଝିରେ ଉପୁଡିଲା ଗଛ : ତଳେ ଚାପି ହୋଇ ୨ ମହିଳା ମୃତ, ୩ ଗୁରୁତର

ନନ୍ଦପୁର/ପାଡୁଆ,୪।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାକୁ ଲାଗି ରହିଥିବା ଆନ୍ଧ୍ର ପେଦାବାଇଲି ସୋମବାର ହାଟରେ କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ହାଟରେ ଗହଳି…

ପଶ୍ଚିମବଙ୍ଗରେ ଦିଦି ସରକାରର ପତନ! ହାର୍‌ ମାନିଲେ ମମତାଙ୍କ ପୁତୁରା, କହିଲେ…

କୋଲକାତା,୪।୫: ୪ମେ’ ରେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଟିଏମସିର ୧୫ ବର୍ଷର ଶାସନର ଅନ୍ତ ଘଟାଇଛି। ଭାଜପା ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହାର…

ଜୟ ଶ୍ରୀରାମ ନାରାରେ କମ୍ପିଲା: ଭଞ୍ଜନଗରରେ ଭାଜପାର ବିଜୟ ଉତ୍ସବ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପ୍ରାୟ ଆସିଯାଇଛି। ଏଥିରେ ପ୍ରଥମଥର ପାଇଁ ଭାଜପା ପଶ୍ଚିମବଙ୍ଗରେ କ୍ଷମତା ଦଖଲ…

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା: ଭବାନୀପୁରରେ ହାଇଭୋଲଟେଜ୍‌ ଡ୍ରାମା

କୋଲକାତା,୪।୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ…

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri