ପଶ୍ଚିମା ଝଡ ପ୍ରଭାବରେ ୭ ରୁ ୧୦ ଯାଏ ବର୍ଷା

ଭୁବନେଶ୍ୱର,୬।୩(ବ୍ୟୁରୋ): ହୋଲିରେ ଭିଜିବ ଓଡ଼ିଶା। ଆସନ୍ତା ୭ ଏବଂ ୮ ରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲା ଏବଂ ୯ରୁ୧୦ ରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ୭ ରୁ ୧୦ ଯାଏ ପଶ୍ଚିମା ଝଡ ପ୍ରଭାବରେ ଏହି ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ପଶ୍ଚିମା ଝଡ ସକ୍ରିୟ ଥିବାରୁ ମଙ୍ଗଳବାର ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସେହିପରି ୮ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି,କନ୍ଧମାଳ, କେନ୍ଦୁଝର, ଏବଂ ମୟୁରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।