Categories: ଖେଳ

ବର୍ଷା: ରିଜର୍ଭ ଦିବସରେ ଆଇପିଏଲ୍‌ ଫାଇନାଲ

ଅହମଦାବାଦ, ୨୯।୫ :ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ବର୍ଷା ଯୋଗୁ ରବିବାର ସମ୍ଭବ ହୋଇନାହିଁ। କ୍ରମାଗତ ବର୍ଷା ଲାଗି ରହିବାଦ୍ୱାରା ଏହା ରିଜର୍ଭ ଦିବସ ସୋମବାର ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଲିଗ୍‌ ଇତିହାସରେ ପ୍ରଥମଥରପାଇଁ ଏପରି ହେବାକୁ ଯାଉଛି। ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହେବ। ବର୍ଷା ଯୋଗୁ ଟସ୍‌ ପଡ଼ିପାରି ନ ଥିଲା ଏବଂ ପିଚ୍‌କୁ କଭର କରି ରଖା ଯାଇଥିଲା। କିଛି ସମୟ ବର୍ଷା ଛାଡ଼ିଥିବାବେଳେ ସୁପର ସପ୍ପର ମାଧ୍ୟମରେ ପଡ଼ିଆକୁ ଶୁଖାଯିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ପୁଣି ବର୍ଷା ଆରମ୍ଭ ହୋଇ ଯାଇଥିଲା। କଟ୍‌ଅଫ୍‌ ଟାଇମ୍‌ ରାତି ୧୨ଟା ୬ଟା ସୁଦ୍ଧା ଯଦି ଖେଳ ସମ୍ଭବ ହୁଏ ତେବେ ୫ ଓଭର ବିଶିଷ୍ଟ ମ୍ୟାଚ ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା ମଧ୍ୟ ସମ୍ଭବ ହୋଇ ନ ଥିଲା।

Share