Categories: ଜାତୀୟ

କରୋନା ମାଡ଼ଠୁ ବଳିଗଲା ବର୍ଷା ଦୁଃଖ: ମାଟିରେ ପୋତି ହୋଇଗଲା ଗାଡ଼ି

ଜୟପୁର, ୨୦।୮: ଭାରତର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ଜଳ ଜମି ହୋଇ ରହିଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ମାଡ଼ଠାରୁ ବର୍ଷା ଦୁଃଖ ବଳିଯାଇଥିବା ଲୋକେ କହୁଛନ୍ତି। ବର୍ଷାଯୋଗୁ ବହୁ କ୍ଷୟକ୍ଷତି ହୋଇଛି। ରାଜସ୍ଥାନର ଜୟପୁରରେ ଲଗାତାର ୫ ଦିନ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ଜଳ ଲୋକଙ୍କ ଘରେ ପଶିଥିଲା। ବନ୍ୟା ଜଳ ଛାଡ଼ିବା ପରେ ଏବେ ଦୁଃଖ ପୁଣି ବଢ଼ିଯାଇଛି। ଲୋକଙ୍କ ଘରେ ଅଣ୍ଟାଏ ପର୍ଯ୍ୟନ୍ତ ପଟୁମାଟି ଜମା ହୋଇ ରହିଛି। ବହୁ ଲୋକଙ୍କ ଗାଡ଼ି ମାଟିରେ ପୋତି ହୋଇ ରହିଛି। ଚଟାଣରେ ଥିବା ଘରର ଆସବାବପତ୍ର ମାଟିରେ ପୋତି ହୋଇ ଯାଇଛି। ଏବେ ଲୋକେ ଏହାକୁ ଖୋଳି ବାହାର କରୁଛନ୍ତି। ଏବେ ଏସବୁର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବର୍ଷା ରାଜଧାନୀ ଦିଲ୍ଲୀର ଅବସ୍ଥା ମଧ୍ୟ ବେହାଲ ହେବାରେ ଲାଗିଛି। କରୋନା ଲୋକଙ୍କୁ ବେକାର କରିଦେଇଥିବାବେଳେ ଲଗାତାର ବର୍ଷା ଲୋକଙ୍କ ଘରେ ଥିବା ଆସବାବ ପତ୍ରକୁ ନଷ୍ଟ କରିଦେଇଛି।

Share