Categories: ଜାତୀୟ

ରେକର୍ଡ ଭାଙ୍ଗିଲା ବର୍ଷା: ୧୯୬୪ ମସିହା ପରେ ସର୍ବାଧିକ ବୃଷ୍ଟି

ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀରେ ହେଉଥିବା ଲଗାଣ ବର୍ଷା ଏବେ ରେକର୍ଡ କରିଛି । ଗୁରୁବାର ସୁଦ୍ଧା ଦିଲ୍ଲୀରେ ଏଥର ମୌସୁମୀରେ ପ୍ରାୟ ମୋଟ ୧୧୭୦.୭ ମିଲିମିଟର ବର୍ଷା ହୋଇଛି । ୧୯୬୪ ପରେ ଅର୍ଥାତ୍ ୫୭ ବର୍ଷ ପରେ ଏହା ସବୁଠାରୁ ଅଧିକ ବୃଷ୍ଟି ବୋଲି କୁହାଯାଉଛି । ତୃତୀୟଥର ପାଇଁ ରାଜଧାନୀରେ ଏତେ ପରିମାଣର ବର୍ଷା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟ ଦିଲ୍ଲୀ, ଉତ୍ତର ପ୍ରଦେଶ ସମେତ ଏହାର ଆଖାପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ଉତ୍ତର ପ୍ରଦେଶରେ ଦୁଇଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଗୁରୁବାର ସୁଦ୍ଧା ଦିଲ୍ଲୀରେ ସେପ୍ଟେମ୍ବରରେ ୪୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ପୂର୍ବରୁ ୧୯୬୪ରେ ୪୧୭ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ୨୦୧୯ରେ ମୌସୁମୀ ସମୟ ମଧ୍ୟରେ ୪୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି କି ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଦିଲ୍ଲୀରେ ମୌସୁମୀ ରହିବ । ଏହାପରେ ପୁଣି ପାଗ ଶୁଖିଲା ହୋଇଯିବ ।

Share