Categories: ଜାତୀୟ

ବାଦଲ ଫଟା ବର୍ଷା, ଟ୍ରେନରେ ଫସି ରହିଛନ୍ତି ୬ ହଜାର ଯାତ୍ରୀ

ମୁମ୍ବାଇ,୨୨।୭: ବନ୍ୟା ଜଳରେ ବୁଢ଼ିଯାଇଛି ରାସ୍ତା। କାର, ବାଇକ ଭାସୁଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଗତ କିଛି ଦିନ ହେଲା ଲାଗି ରହିଥିବା ବର୍ଷା କାରଣରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର କୋନକାନ ଅଞ୍ଚଳରେ।

ପ୍ରବଳ ବର୍ଷା କାରଣରୁ ବହୁ ଦୂରଗାମୀ ଟ୍ରେନକୁ ଅଟକାଇ ଦିଆଯାଇଛି। କୋନକାନ ରେଲଓ୍ବେ ରୁଟ୍‌ ଦେଇ ଯିବାକୁ ଥିବା କିଛି ଟ୍ରେନକୁ ବାତିଲ କିମ୍ବା ସମୟରେ ପରିବର୍ତ୍ତନ କରାଯାଇଛି। ରେଲ୍‌ଓ୍ବେ ଅଧିକାରୀଙ୍କ ଅନୁଯାୟୀ, ଅନ୍ୟ ଷ୍ଟେଶନକୁ ପଠାଇ ଦିଆଯାଇଥିବା ଟ୍ରେନରେ ପ୍ରାୟ ୬ ହଜାର ଯାତ୍ରୀ ଅଟକି ରହିଛନ୍ତି।

ରତ୍ନାଗିର ଜିଲାର ବହୁ ବଞ୍ଚଳ ଓ ଚିପଲୁନ ଅଞ୍ଚଳ ବେଶ୍‌ ପ୍ରଭାବିତ ହୋଇଛି। ମୁମ୍ବାଇ ଠାରୁ ୨୪୦ କି. ମି. ଦୂର ଚିପଲୁନ ଠାରେ ଟ୍ରେନରେ ଫଶିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ତଟରକ୍ଷ ବାହିନୀ।

Share