ଘରର ଛାତ ଉପରେ ଉଠାଇଥିଲେ ଟପ୍‌ଲେସ୍‌ ଫଟୋ; ଅଭିନେତ୍ରୀ କହିଲେ ‘ମୁଁ ଲାଜକୁଳୀ ନୁହେଁ’

ବମ୍ବେ: ଘରର ଛାତ ଉପରେ ଟପ୍‌ଲେସ୍‌ ଫଟୋଶୁଟ୍‌। କିଛି ଏଭଳି କରି ଚର୍ଚ୍ଚାରେ ରିୟା ସେନଙ୍କ ବଡ଼ ଭଉଣୀ ତଥା ବଲିଉଡ୍‌ ଅଭିନେତ୍ରୀ ରାଇମା ସେନ୍‌। ସେ ନିଜର ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ପରେ ତାହା ବେଶ୍‌ ଭାଇରାଲ ହେଉଛି। ଲକ୍‌ଡାଉନ୍‌ ସମୟରେ ସେ କେଉଁଠାରେ ଏଭଳି ଫଟୋ ଉଠାଇଲେ ବୋଲି ତାଙ୍କୁ ଅନେକେ ପ୍ରଶ୍ନ କରୁଛନ୍ତି। ଜବାବରେ ଅଭିନେତ୍ରୀ କହିଛନ୍ତି, ଫଟୋ ଉଠାଇବା ତାଙ୍କ ପାଇଁ ବେଶ୍‌ ସହଜ ଥିଲା। କାରଣ ତାହା ସେତେଟା ବୋଲ୍ଡ ନ ଥିଲା। ସେ ଲାଜକୁଳୀ ମଧ୍ୟ ନୁହନ୍ତି। ମେ’ ୧୬ରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ୧୫ ତାରିଖରେ ଘରର ଛାତ ଉପରେ ଏହାର ଶୁଟିଂ କରାଯାଇଥିଲା ବୋଲି ସେ କହିଛନ୍ତି।

ତେବେ ରାଇମା ବଲିଉଡ୍‌ ଏବଂ ବଙ୍ଗାଳି ଫିଲ୍ମରେ କାମ କରିଛନ୍ତି। ସେଥିରୁ ବଲିଉଡ୍‌ରେ ତାଙ୍କ କ୍ୟାରିୟର ସେତେଟା ଚାଲି ନ ଥିଲା। ଏବେ ସେ ହିନ୍ଦୀ ଏବଂ ବଙ୍ଗାଳି ଓ୍ବେବ୍‌ ସିରିଜ୍‌ରେ ନଜର ଆସୁଛନ୍ତି। ଜି-୫ର ସିରିଜ ‘ପରଛାଇ, ଲଭ୍‌ ବାଇଟ୍ସ, ଫରବିଡନ୍‌ ଲଭ୍‌’ରେ ସେ କାମ କରିଛନ୍ତି। ନିକଟରେ l ସେ ଆମାଜନ ପ୍ରାଇମ୍‌ରେ ପ୍ରସାରିତ ସିରିଜ ‘ଲାଷ୍ଟ ଓଭର’ରେ ସେ ନଜର ଆସିଥିଲେ।

Share