Categories: ଜାତୀୟ

ରେଲୱେ ଦେବ ଡୋର ଟୁ ଡୋର ସର୍ଭିସ!

ନୂଆଦିଲ୍ଲୀ,୧୭ ।୨: ପୂର୍ବରୁ ରେଲୱେ କେବଳ ଯାତ୍ରୀ ଓ ମାଲ ପରିବହନ କରୁଥିବା ବେଳେ ଏବେ ଭିନ୍ନ ଭିନ୍ନ ପ୍ରକାର ସେବା ଯୋଗାଇ ଦେଇ ଲୋକଙ୍କ ନିକଟତର ହୋଇ ପାରିଛି । ଏବେ ରେଲୱେ ଏକ ନୂଆ ସର୍ଭିସ ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଯାହା ଫଳରେ ଲୋକଙ୍କ ସାମଗ୍ରୀ ନିଜ ଦ୍ୱାର ସମ୍ନାରେ ପହଞ୍ଚି ପାରିବ । ରେଲୱେ ପକ୍ଷରୁ ଡୋର ଟୁ ଡୋର ଡେଲିଭରି ସର୍ଭିସ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥରେ ରେଲୱେ ପୋଷ୍ଟ ଅଫିସ ଓ ଡେଡିକେଟେଡ ଫ୍ରେଡ କରିଡରକୁ ସାମିଲ କରାଯିବ ।
ଏହି ସର୍ଭିସ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଏକ ମୋବାଇଲ ଆପ ଲଞ୍ଚ କରାଯିବ । ଏହି ଆପ ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କର ପାର୍ସଲ ଡେଲିଭରି ଅର୍ଡର ପ୍ଲେସ କରିପାରିବେ । ଏହାପରେ ପଇସା ଦେବାକୁ ପଡିବ । ଏହାକୁ ଏବେ ରେଲୱେ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ ଯାଉଛି । ଏହାର ସଫଳତାକୁ ଦେଖି ଆଗକୁ ବଢାଇବାକୁ ଚେଷ୍ଟା କରାଯିବ ।

Share