ଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ଟ୍ରେନ୍‌ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୨୮।୨: ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଖବର। ଭାରତୀୟ ରେଳବାଇ ଟିକେଟ ମୂଲ୍ୟକୁ ହ୍ରାସ କରିଛି। ଯାତ୍ରୀବାହୀ ଟ୍ରେନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଟିକେଟ୍‌ ମୂଲ୍ୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇଛି। କୋଭିଡ -୧୯ ଲକଡାଉନ ପରେ ଆରମ୍ଭ ହୋଇଥିବା ଟ୍ରେନ୍‌ ସେବାରେ ଯାତ୍ରୀବାହୀ ଟ୍ରେନ୍‌ର ଭଡା ଦ୍ୱିଗୁଣିତ ହୋଇଥିଲା ।

ଦୀର୍ଘ ସମୟ ଧରି ଯାତ୍ରୀବାହୀ ଟ୍ରେନ୍‌ର ଭଡା ହ୍ରାସ କରିବାକୁ ଦାବି ହୋଇଥିଲା। ଯାତ୍ରୀ ସଙ୍ଗଠନ ମଧ୍ୟ ଏହି ବର୍ଦ୍ଧିତ ଭଡା ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ସେମାନଙ୍କୁ ଅନାବଶ୍ୟକ ବର୍ଦ୍ଧିତ ଭଡା ଦେବାକୁ ପଡୁଥିଲା । ଯାତ୍ରୀବାହୀ ଟ୍ରେନ୍‌ ପରି ଏକ୍ସପ୍ରେସ ଟ୍ରେନ୍‌ ପାଇଁ ସେମାନଙ୍କୁ ସମାନ ଭଡା ଦେବାକୁ ପଡୁଥିଲା।

ରେଳ ଅଧିକାରୀଙ୍କ କହିବାନୁସାରେ, କୋଭିଡ-୧୯ ପରେ ଯାତ୍ରୀବାହୀ ଏବଂ ମେମୁ ଟ୍ରେନ୍‌ର ଦ୍ୱିତୀୟ ଶ୍ରେଣୀର ଭଡା ୧୦ ଟଙ୍କାରୁ ୩୦ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଯାତ୍ରୀବାହୀ ଟ୍ରେନ ବଦଳରେ ସେମାନଙ୍କୁ ଏକ୍ସପ୍ରେସ ସ୍ପେସିଆଲ୍ସ ଏବଂ ମେମୁ / ଡେମୁ ଏକ୍ସପ୍ରେସ ନାମରେ ନାମିତ କରାଯାଇଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥା ରଦ୍ଦ କରାଯାଇଛି। ଏହି ନିଷ୍ପତ୍ତି ୨୭ ଫେବୃଆରୀ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି। ରେଳବାଇ ସମସ୍ତ ବୁକିଂ ରିଜର୍ଭବେଶନ ସୁପରଭାଇଜରଙ୍କୁ ବିଜ୍ଞପ୍ତି ମାଧ୍ୟମରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri