ସକାଳୁଆ ଇଣ୍ଟରସିଟି ଦାବି ପୂରଣ ନ ହେଲେ ଆନ୍ଦୋଳନ: ରେଳ ଉପଭୋକ୍ତା ସଂଘର ଚେତାବନୀ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ ଦେବତା ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବିଭିନ୍ନ ରେଳ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଇତିମଧ୍ୟରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଭୁବନେଶରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ଭେଟି ଭୁବନେଶ୍ୱର ପାଇଁ ସକାଳ ଇଣ୍ଟରସିଟି ବିଷୟରେ ଆଲୋଚନା ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ପରେ ପୁଣିଥରେ ସର୍କିଟ ହାଉସରେ ଏମ୍‌ପିଙ୍କୁ ଭେଟି ଉକ୍ତ ଦାବି ଉପରେ ରେଳବାଇ ତରଫରୁ କି ପଦକ୍ଷେପ ନିଆଯାଉଛି, ସେଥିପାଇଁ ଫୋନ ଯୋଗେ ଏହି ତଥ୍ୟ ମାଗିବା ତଥା ଚାପ ପ୍ରୟୋଗ କରିବା ବିଷୟରେ ଆଲୋଚନା ହୋଇ ସାରିଥିବା ଏବଂ ଏମ୍‌ପି ପୁରୋହିତ ସମସ୍ତଙ୍କ ସମ୍ମୁଖରେ ମହାପ୍ରବନ୍ଧକଙ୍କୁ ଫୋନରେ ଦାବି କରିଥିବା ସକାଳ ଇଣ୍ଟରସିଟିକୁ ଚଳାଇବା ପାଇଁ ଶୀଘ୍ର ପଦକ୍ଷେପ ନେବା ପାଇଁ ଜଣାଇଥିଲେ ବୋଲି ସୂଚନା ଦିଆଯାଇଥିଲା। ସମ୍ବଲପୁର ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରତିନିଧିମଣ୍ଡଳୀ ଭେଟି ଟ୍ରେନ୍‌ଗୁଡ଼ିକର ରହଣୀ ୫ମିନିଟ କରିବା, ସବୱେରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯଥେଷ୍ଟ ଲାଇଟ ଓ ସିସିଟିଭି ଲଗାଇବା, ରେମ୍ପ ନିର୍ମାଣ, ନାଗାବଳୀ ଏକ୍ସପ୍ରେସର ପୁରୁଣା କୋଚ ବଦଳାଇ ନୂଆ କୋଚ ଲଗାଇବା, ସ୍ପେଶାଲ ଟ୍ରେନର ବରଗଡ଼ରେ ରହଣୀ ଆଦି ବିଷୟରେ ହୋଇଥିବା ଦାବିକୁ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅନେକ ସଦସ୍ୟ ଭୁବନେଶ୍ୱରକୁ ସକାଳ ଇଣ୍ଟରସିଟି ପାଇଁ ଅନେକ ଦିନରୁ ଉଦ୍ୟମ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବାରୁ ଆନ୍ଦୋଳନପନ୍ଥା ଗ୍ରହଣ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ନିଆଯାଇଥିଲା। କିନ୍ତୁ ପ୍ରଥମଥର ପାଇଁ ବରଗଡ଼ ଏମ୍‌ପି ନିଜେ ଆଗ୍ରହର ସହିତ ଏ ଦିଗରେ ଚେଷ୍ଟା କରୁଥିବାରୁ କିଛିଦିନ ଧଯ୍ୟର ସହିତ ଅପେକ୍ଷା କରିବାକୁ ନିଷ୍ପତ୍ତି ନିଆଗଲା। ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯିବାକୁ ସ୍ଥିର କରାଯାଇଥିଲା। ବରଗଡ଼ ଷ୍ଟେଶନରେ କୋଚ ଡିସପ୍ଲେ ସିଷ୍ଟମ ଲାଗିଥିବା ସତ୍ତ୍ୱେ ବିଭିନ୍ନ ସମୟରେ ତାହା ଚଳା ଯାଉ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିପାଇଁ ଏକ ପ୍ରତିନିଧି ଦଳ ଷ୍ଟେଶନକୁ ଯାଇ ଏହାକୁ ନିୟମିତ ଚଳାଇବାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରିବେ ବୋଲି ପ୍ରସ୍ତାବ ନିଆଯାଇଥିଲା। ନୂତନ ସଦସ୍ୟ ଭାବେ ବିନୟ ଲାଠ ଯୋଗ ଦେଇଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସଭାରେ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ, ଇନ୍ଦିରା ମହାନ୍ତି, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ, ସଦସ୍ୟ ଭାରତ ଭୁଷଣ ଦାଶ, ମଳୟ ମହାନ୍ତି, ଅଭୟ କୁମାର ଭୋଇ, ସତ୍ୟନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ, ଉଦ୍ଧବ ଚରଣ ବେହେରା, ରାମକୃଷ୍ଣ ମେହେର, ବିଷ୍ଣୁ ପ୍ରସାଦ ଧାନୁକା, ଲକି ମୀରୱାନି, ସି.ଏମ ରାଓ, ହରେକୃଷ୍ଣ ସାହୁ, ଅମିତ କୁମାର ସାହୁ, ପ୍ରଫୁଲ୍ଲ କୁମାର ନନ୍ଦ, ମହମ୍ମଦ ଅସଲମ, ଅନିଲ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଉପସଭାପତି ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri