Categories: ଜାତୀୟ

ରେଲଓ୍ବେ ଟ୍ରାକ୍‌ରେ‌ ଚାଲିଲା ବୋଟ୍‌: ପ୍ରବଳ ବର୍ଷାରେ ବଲିଉଡ୍‌ ବେହାଲ୍‌

ମୁମ୍ବାଇ, ୬।୮: କରୋନା ମହାମାରୀ ସଂକ୍ରମଣ ସମୟରେ ମୁମ୍ବାଇର ଅବସ୍ଥା ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ହେବାରେ ଲାଗିଛି। ବୁଧବାର ସକାଳ ୮ରୁ ରାତି ୮ଟା ମଧ୍ୟରେ ମୁମ୍ବାଇର କୋଲବା ଅଞ୍ଚଳରେ ୨୯୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁ ରେଲଓ୍ବେ ଟ୍ରାକ୍‌ ପାଣିରେ ବୁଡ଼ି ଯାଇଥିଲା। ଦୁଇଟି ଲୋକାଲ ଟ୍ରେନ୍‌ ଏବଂ ଷ୍ଟେଶନରେ ଥିବା କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ରେଲଓ୍ବେ ଟ୍ରାକ୍‌ରେ ଉଦ୍ଧାରକାରୀ ଦଳ ବୋଟ୍‌ ନେଇ ଯାଇଥିଲେ। ୧୫୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ରେଲଓ୍ବେ ଟ୍ରାକ୍‌ରେ ବୋଟ୍‌ ଚାଲୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୁରୁବାର ଅପରାହ୍ନ ୨ଟା ପରଠାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ସେଠାକୁ ନ ଯିବାକୁ ସର୍ବସାଧାରଣଙ୍କୁ କୁହାଯାଇଛି।

Share