Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ଥିଲେ ରେଳମନ୍ତ୍ରୀ, ସେଥିପାଇଁ ଘଟିଲା ରେଳ ଦୁର୍ଘଟଣା: କଂଗ୍ରେସର ୯ ପ୍ରଶ୍ନ…

ନୂଆଦିଲ୍ଲୀ,୪।୬ : କଂଗ୍ରେସ ନେତା ରଣଦୀପ ସୁରଜୱାଲା ରବିବାର ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଅଟି ପ୍ରଶ୍ନ ପଚାରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରି ସେ କରିଛନ୍ତି । ଏକ ସାକ୍ଷାତକାରରେ ସେ ରେଳ ମନ୍ତ୍ରୀଙ୍କୁ ପଚାରିଛନ୍ତି ସିଗନାଲ ସିଷ୍ଟମ ବିଷୟରେ ଦିଆଯାଇଥିବା ଚେତାବନୀରେ କାହିଁକି ଅବହେଳା ପ୍ରଦର୍ଶନ କରାଯାଇଛି? ଅଧିକାରୀମାନେ ଫେବୃଆରୀରେ ଏକ ରିପୋର୍ଟ ଦାଖଲ କରିଥିଲେ ଯେଉଁଥିରେ ସେମାନେ ରେଳବାଇକୁ ଇଣ୍ଟରଲକିଂ ବିଫଳତା ବିଷୟରେ ସଚେତନ କରିଥିଲେ।

ଏକ ଟୁଇଟ ଜରିଆରେ ସୁରଓ୍ବୋଲା କହିଛନ୍ତି ଯଦି ସିଗନାଲ ସିଷ୍ଟମ ଉପରେ ନଜର ରଖାଯାଏ ନାହିଁ କିମ୍ବା ମରାମତି କରା ନ ଯାଏ ତେବେ ଏହା ଦୁର୍ଘଟଣା ଘଟାଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ରେଳ ମନ୍ତ୍ରୀ ଏବଂ ରେଳ ମନ୍ତ୍ରଣାଳୟ କାହିଁକି ଶାନ୍ତ ରହିଲେ, କାହିଁକି ଅବହେଳା ପ୍ରଦର୍ଶନ କଲେ?

ସୁରେଜୱାଲା କହିଛନ୍ତି ଏହା ସତ କି ରେଳମନ୍ତ୍ରୀ ସୁରକ୍ଷା ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ଉନ୍ନତି ଆଣିବା ଏବଂ ମାର୍କେଟିଂ କରିବାରେ ଅଧିକ ବ୍ୟସ୍ତ ଥିଲେ? ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପରିବର୍ତ୍ତେ ରେଳମନ୍ତ୍ରୀ ବନ୍ଦେ ଭାରତ ଟ୍ରେନର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରିବା ଏବଂ ରେଳ ଷ୍ଟେଶନକୁ ନବୀକରଣ କରିବାରେ ବ୍ୟସ୍ତ ଥିଲେ କି? ରେଳ ମନ୍ତ୍ରୀ ରାଜସ୍ବ ବୃଦ୍ଧିରେ ବ୍ୟସ୍ତ ଅଛନ୍ତି କି? ଜୁନ ୨ ରେ ବନ୍ଦେ ଭାରତଟ୍ରେନ ଆରମ୍ଭ କରିବା ଉପରେ ଧ୍ୟାନ ଦେଉଥିବାରୁ ରେଳ ମନ୍ତ୍ରୀ ଜୁନ ୨ରେ ଅନୁଷ୍ଠିତ ହେବାକୁ ଥିବା ରେଳ ସୁରକ୍ଷା କନକ୍ଲେଭ କ୍ୟାମ୍ପକୁ ଛାଡ଼ିଦେଇଛନ୍ତି କି?

ରାଜ୍ୟସଭା ଏମପି ସୁରଜେୱାଲା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆଇଟି ଏବଂ ଟେଲିକମ ଭଳି ବଡ ପୋର୍ଟଫୋଲିଓ କାହିଁକି ରେଳ ମନ୍ତ୍ରୀଙ୍କୁ ଦିଆଗଲା, ରେଳ ପ୍ରାଥମିକ ହୋଇପାରିବ ନାହିଁ କି? ରେଳବାଇରେ ଖାଲିଥିବା ପଦବୀ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମାନବ ସମ୍ବଳ ଅଭାବରୁ ରେଳବାଇ ସଂଘର୍ଷ କରୁଛି। ତେବେ ରେଳବାଇ କିପରି କର୍ମଚାରୀଙ୍କ ବିନା ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବ? କବଚ କାହିଁକି କାର୍ଯ୍ୟକାରୀ ହେଲା ନାହିଁ? ଭାରତୀୟ ରେଳରେ ଦୈନିକ ୨୦ ଲକ୍ଷ ଲୋକ ଯାତ୍ରା କରନ୍ତି। ସେମାନଙ୍କ ପ୍ରତି ରେଳମନ୍ତ୍ରୀଙ୍କ ଦାୟିତ୍ୱବୋଧ କିଛି ଅଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

 

Share