Categories: ଜାତୀୟ

ଶତାବ୍ଦୀ ଏକ୍ସପ୍ରେସରେ ହଠାତ ପହଞ୍ଚିଲେ ରେଳମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବୁଦ୍ଧି ଏବଂ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଟେକ୍ନୋଲୋଜିର ବିଶେଷଜ୍ଞ ଅଶ୍ୱିନୀ ବୈଷ୍ଣବ ତାଙ୍କର ଅଭିନବ ଚିନ୍ତାଧାରା ସହିତ ଭାରତୀୟ ରେଳବାଇକୁ ଉନ୍ନତ ଏବଂ ସ୍ମାର୍ଟ କରିବାରେ ନିୟୋଜିତ ଅଛନ୍ତି। ଏଥିପାଇଁ ସେ ଟ୍ରେନରେ ଯାତ୍ରା କରି ସାଧାରଣ ଲୋକଙ୍କଠାରୁ ମତାମତ ନେଉଛନ୍ତି। ରବିବାର ମଧ୍ୟ ସମାନ ଘଟଣା ଘଟିଛି। ରେଳମନ୍ତ୍ରୀ ହଠାତ ନୂଆଦିଲ୍ଲୀ-ଅଜମେର ଶତାବ୍ଦୀ ଏକ୍ସପ୍ରେସରେ ପହଞ୍ଚିଛନ୍ତି। ସେ ଯାତ୍ରୀମାନଙ୍କଠାରୁ ମତାମତ ମଧ୍ୟ ନେଇଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ରେଳ ମନ୍ତ୍ରୀ କହିଛନ୍ତି, ’ରେଳବାଇ ବିଷୟରେ ଯାତ୍ରୀମାନେ ସକାରାତ୍ମକ ମତାମତ ଦେଇଛନ୍ତି। ଟ୍ରେନ ଗୁଡିକ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର, ସମୟ ଆସୁଛିଏବଂ ପ୍ଲାଟଫର୍ମଗୁଡିକ ମଧ୍ୟ ସଫା ଅଛି। ଏହି ମାର୍ଗରେ ଦୁଇଟି ପଦକ୍ଷେପ ନିଆଯିବ। ପ୍ରଥମ ଟ୍ରାକରେ କିଛି ପରିବର୍ତ୍ତନ କରି ଏହି ମାର୍ଗରେ ଟ୍ରେନର ଗତି ବୃଦ୍ଧି କରାଯାଉଛି। ଦ୍ୱିତୀୟତଃ, ପରୀକ୍ଷା ପରେ ଖୁବ ଶୀଘ୍ର ଏହି ଟ୍ରାକରେ ଦିଲ୍ଲୀ-ଜୟପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ।

Share