୧୦ମ ପାସ୍‌ କରିଥିଲେ ଭାରତୀୟ ରେଲଓ୍ବେରେ ମିଳିବ ଚାକିରି, ପାଇବେ ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରେଲଓ୍ବେରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ(NFR) ଏହି ସୁଯୋଗ ନେଇ ଆସିଛି। ଆପ୍ରେଣ୍ଟିସ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି ଭାରତାୟ ରେଳ ବିଭାଗ । ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଜାଣି ନିଅନ୍ତୁ ଆବେଦନ ପ୍ରକ୍ରିୟା ।

ଉତ୍ତର-ପୂର୍ବ ସୀମାନ୍ତ ରେଳରେ ଆପ୍ରେଣ୍ଟିସ ପଦବୀ ପୂରଣ ହେବ। ଏନେଇ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିବ ବୋଲି ଜଣାପଡିଛି। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୫,୬୦୦ରୁ ଅଧିକ ପଦବୀ ପୂରଣ ହେବ। ଆଗ୍ରହୀ ପ୍ରାର୍ଥୀମାନେ ଉତ୍ତର-ପୂର୍ବ ସୀମାନ୍ତ ରେଳର ଅଫିସିଆଲ ୱେବସାଇଟ nfr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ମୋଟ ୫,୬୪୭ଟି ପୋଷ୍ଟରେ ନିଯୁକ୍ତି ହେବ।

ଏଥିରେ ଆବେଦନ କରିବାକୁ ହେଲେ ୫୦% ଏଗ୍ରିଗେଟ ମାର୍କ ସହିତ ମ୍ୟାଟ୍ରିକ (ଦଶମ) ପାଶ କରିଥିବା ଦରକାର । ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପୃକ୍ତ ଟ୍ରେଡରେ ITI କରିଥିବା ଆବଶ୍ୟକ । ଲାବୋରେଟୋରୀ ଟେକ୍ନିସିଆନ ପାଥୋଲୋଜି ଏବଂ ରେଡିଓଲୋଜି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଆବଶ୍ୟକ ITI ସାର୍ଟିଫିକେଟ ସହିତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଯୋଗ୍ୟତା ଥିବା ଆବଶ୍ୟକ। ଏତିରେ ସର୍ବନିମ୍ନ ବୟସ – ୧୫ ବର୍ଷ ଓ ସର୍ବାଧିକ ବୟସ – ୨୪ ବର୍ଷ ରହିଛି।

ଅଫିସିଆଲ ୱେବସାଇଟ nfr.indianrailways.gov.in କୁ ଯାଆନ୍ତୁ ହୋମପେଜରେ ସାଧାରଣ ସୂଚନା ଟ୍ୟାବକୁ ଯାଆନ୍ତୁ । ରେଳବାଇ ନିଯୁକ୍ତି ସେଲ GHY ଉପରେ କ୍ଲିକ କରନ୍ତୁ ଆବେଦନ ଲଙ୍କରେ କ୍ଲିକ କରନ୍ତୁ । ଏହାପରେ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ଫଟୋ ଏବଂ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଶୁଳ୍କ ଦେବାପରେ Submit’ ବଟନରେ କ୍ଲିକ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ଏହିଦିନ ମିଳିବ ନୂଆ ବହି

ଭୁବନେଶ୍ୱର,୫।୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା...

୧୦୦ ମାର୍କରୁ ମାତ୍ର ୧ ରଖି ପାଇଲେ LTR ହିନ୍ଦୀ ଶିକ୍ଷକ ଚାକିରି; ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର,୩।୧୨: ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍-ଅଫ୍...

ରେଲଓ୍ବେରେ ବାହାରିଲା ୪୦୦୦ ପଦବୀ ପାଇଁ ବମ୍ଫର ନିଯୁକ୍ତି: ହେବନି ପରୀକ୍ଷା, କେବଳ ଦଶମ ପାସ କରିଥିଲେ…

ନୂଆଦିଲ୍ଲୀ,୨୧।୧୧: ରେଳବାଇରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଉତ୍ତର ରେଳବାଇ ନୂତନ ଅଧିବେଶନ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର, ୧୩।୧୧: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (OAVET) ୨୦୨୬ ଏବଂ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (OMAVET) ୨୦୨୬ ପାଇଁ...

ଡିସେମ୍ବର ମାସରେ OTET ପରୀକ୍ଷା, ଏହି ଦିନରୁ ଆରମ୍ଭ ଆବେଦନ

ଭୁବନେଶ୍ୱର,୧୧।୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୭...

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି: ୨.୮ ଲକ୍ଷ ଟଙ୍କା ଦରମା ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୦।୧୧: ଯଦି ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଖୁବ୍‌ଶୀଘ୍ର ଅପେକ୍ଷାର ଅନ୍ତ ହୋଇପାରେ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ (DMRC) ଜେନେରାଲ ମ୍ୟାନେଜର ପଦବୀ...

ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମ ପୂରଣ: ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୮।୧୧(କାର୍ତ୍ତିକ ସାହୁ):୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri