ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ରେଳ ବୋର୍ଡର ସମସ୍ତ ନିୟମକୁ ସଠିକ୍‌ ଭାବରେ ପାଳନ କରି କାର୍ଯ୍ୟକାରୀ କରିବା, କେବଳ ଲୋକ ପାଇଲଟ୍‌ଙ୍କ ଦ୍ୱାରା ମେମୁଟ୍ରେନ୍‌ ଚଳାଚଳୁ ନ କରାଇ ସହଚାଳକଙ୍କୁ ପୁନଃ ଅବସ୍ଥାପିତ କରିବା, ମାସକୁ ଅନ୍ୟୁନ ୪୬ ଘଣ୍ଟାର ଚାରୋଟି ସାପ୍ତାହିକ ବିଶ୍ରାମ ପ୍ରଦାନ କରିବା, ରେଳ ମୁଖ୍ୟାଳୟକୁ ଅତିକ୍ରମ କରି କାର୍ଯ୍ୟ କରିବାକୁ ବନ୍ଦ କରିବା, ଟ୍ରାଙ୍ଗୁଲାର ଓ୍ବାର୍କିଂ ବନ୍ଦ କରି ରେଳ ଚାଳକ ଓ ସହ ଚାଳକଙ୍କୁ ୩୨ଘଣ୍ଟା ମଧ୍ୟରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା ଆଦି ଦାବି ନେଇ ସର୍ବ ଭାରତୀୟ ରେଳ ଚାଳକ ସଂଘର ସଦସ୍ୟମାନେ ପୂର୍ବତଟ ରେଳପଥ ଅଧିନସ୍ଥ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ କର୍ମୀଦଳ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନିକିଆ ବିକ୍ଷୋଭ ପଦର୍ଶନ କରିଥିଲେ।
ଖୋର୍ଦ୍ଧା ରୋଡ୍‌, କଟକ, ପାରାଦୀପ ତାଳଚେର, ପୁରୀ, ଭଦ୍ରକ, ଯଖପୁରା, ପଲାସା ସମେତ କେନ୍ଦୁଝରଗଡ଼ ପ୍ରଭୃତି ସ୍ଥାନରେ ରେଳ ଚାଳକ ସଙ୍ଘର ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦାଶ, ଶାଖା ସଚିବ ଜ୍ୟୋତିରଞ୍ଜନ ରାଉତ, ଶାଖା ସଭାପତି ପ୍ରଦୀପ୍ତ ମହାନ୍ତି, ଗଣମାଧ୍ୟମ ପ୍ରଭାରୀ ରାକେଶ ମହାନ୍ତି, କୋଷାଧ୍ୟକ୍ଷ ଅରବିନ୍ଦ ନିରାଲା, ରବି ରଞ୍ଜନ, ଗଣେଶ ପାଣିଗ୍ରାହୀ, ବାନାମ୍ବର ସାହୁ, ଦିଲୀପ ସାହୁଙ୍କ ନେତୃତ୍ୱରେ ଡିଭିଜନ ବ୍ୟାପୀ ଅନଶନ ଅନୁଷ୍ଠିତ ହେବା ସହିତ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସର୍ବଭାରତୀୟ ରେଳ ଚାଳକ ସଂଘ ତରଫରୁ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri