ଥାକରେ ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୮ା୧୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ଯାଜପୁରକୁ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ୨୦୧୮-୧୯ ବର୍ଷରୁ ଥାକରେ ରଖାଯାଇଛି।
ଯାଜପୁର-କେନ୍ଦୁଝର ରୋଡ୍‌ଠାରୁ ଭଦ୍ରକ ଦେଇ ଧାମରା ବନ୍ଦରକୁ ଯାଇଥିବା ରେଳଲାଇନର କ୍ଷମତା ଅନୁସାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ନୂତନ ରେଳଲାଇନର ଆବଶ୍ୟକତା ନାହିଁ। ବର୍ତ୍ତମାନ କ୍ଷମତାଠାରୁ ୬୬% ଟ୍ରେନ ଚଳାଚଳ କରୁଛି। ବଳକା ଜମି ରହିଛି, କିନ୍ତୁ ଯେତେବେଳେ କ୍ଷମତାଠାରୁ ୮୦% ଟ୍ରେନ ଚଳାଚଳ ଅତିକ୍ରମ କରିବ ସେତେବେଳେ ଦୋହରୀକରଣ ରେଳଲାଇନ ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୧୦୪୩ କୋଟି ଟଙ୍କା ଖର୍ଚ୍ଚ କରି ସମାନ୍ତର ରେଳଲାଇନର ଆବଶ୍ୟକତା ନାହିଁ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ(ନିର୍ମାଣ) ପକ୍ଷରୁ କୁହାଯାଇଛି। ସତ୍ୟପ୍ରକାଶ ବେହୁରିଆ ମାଗିଥିବା ୧୬ା୧୧ା୨୦୨୨ ତାରିଖର ସୂଚନା ଅଧିକାର ଆଇନ(ଆରଟିଆଇ)ତଥ୍ୟରେ ଏଭଳି ଉତ୍ତର ଜିଲାବାସୀଙ୍କୁ ବ୍ୟଥିତ କରିଛି। ସର୍ଭେ ଅନୁଯାୟୀ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନଠାରୁ ରାମପୁର ଶଗଡି, ଯାଜପୁର, ଶ୍ରୀପୁରା, ମଙ୍ଗଳପୁର, ଆରଡି, ବିଶ୍ୱାଳି ଓ ଧାମରାକୁ ନୂତନ ଷ୍ଟେଶନ ପ୍ରସ୍ତାବ ରହିଛି। ଏହାକୁ ଅଣଦେଖା କରି ପୂର୍ବରୁ ରହିଥିବା ଭଦ୍ରକ ଦେଇ ରେଳଲାଇନ ଉପରେ ତଥ୍ୟ ପ୍ରଦାନ କରି ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ ହୋଇଛି।
ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ପର୍ଯ୍ୟନ୍ତ ୯୫.୯୫୦ କିମି ନୂତନ ରାସ୍ତା ପାଇଁ କେନ୍ଦ୍ର ସରକରଙ୍କ ନିର୍ଦ୍ଦେଶକ୍ରମେ ୨୦୧୨-୧୩ରେ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧୀନ ରେଳବାଇ ବୋର୍ଡ଼ ନିକଟରେ ନଥିପତ୍ର ଦାଖଲ କରାଯାଇ ସାରିଛି ା ଏହି ରେଳପଥ ନିର୍ମାଣ ପାଇଁ ୧୦୪୨.୬୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ମଧ୍ୟ ହୋଇଛି ା ଉକ୍ତ ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳପଥ ବର୍ଷକୁ ୨୭.୪୩ ପ୍ରତିଶତ ଲାଭବାନ ହେବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି ା ଯାଜପୁରରେ ବିଶ୍ୱପ୍ରସିଦ୍ଧ କ୍ଷେତ୍ରେଶ୍ୱରୀ ମା’ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ବିଶ୍ୱପ୍ରସିଦ୍ଧ ଆଖଣ୍ଡଳମଣି ଧାମ ରହିଛି। ଏହି ଦୁଇଟି ଜାଗାକୁ ପ୍ରତିଦିନ ଦେଶ ବିଦେଶରୁ ଯାତ୍ରୀମାନେ ଆସି ଥାଆନ୍ତି ା କିନ୍ତୁ ଧାମରା ବନ୍ଦର ପର୍ଯ୍ୟନ୍ତ ପୂର୍ବରୁ ରହିଥିବା ରେଳଲାଇନରେ ବିରଜାଙ୍କ ଶକ୍ତିପୀଠ ଏବଂ ଆରଡିକୁ ରେଳ ସଂଯୋଗ ନାହିଁ। ସେହି ରେଳଲାଇନ ସିଧାସଳଖ ଭଦ୍ରକ ଦେଇ ଧାମରା ପର୍ଯ୍ୟନ୍ତ ଯାଇଛି। ତେଣୁ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ୍‌ ରାଜଧାନୀ ଭାବେ ପରିଗଣିତ ହୋଇସାରିଲାଣି ା ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ। ଏହି ରେଳପଥ ନିର୍ମାଣ ଦ୍ୱାରା ଜିଲାର ଉପତ୍ାଦିତ କୃଷିଜାତ ଦ୍ରବ୍ୟର ପରିବହନ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି ା ହେଲେ ବିଗତ ବର୍ଷରେ ରେଳ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା
୨୦୨୦-୨୧ ରେଳ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ନ ମିଳିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନ ଆରଟିଆଇର ତଥ୍ୟକୁ ଅବଲୋକନ କଲେ ରେଳ ବିଭାଗ ସର୍ଭେ ଅନୁସାରେ ନୂତନ ରେଳଷ୍ଟେଶନଗୁଡିକୁ ବାଦ୍‌ ଦେଇ ପୂର୍ବରୁ ରହିଥିବା ରେଳଲାଇନର କ୍ଷମତା ଅନୁଯାୟୀ ଟ୍ରେନ ଚଳାଚଳର ପ୍ରତିଶତକୁ ଗୁରୁତ୍ୱ ଦେଇଛନ୍ତି। ଯେଉଁଥିରେ ନୂତନ ପ୍ରସ୍ତାବିତ ଉପରୋକ୍ତ ରେଳ ଷ୍ଟେଶନ ଏବଂ ଦିଗ ଉପରେ କୌଣସି ସାମଞ୍ଜସ୍ୟ ରହୁନାହିଁ। ଅନ୍ୟପକ୍ଷେ ବର୍ତ୍ତମାନ ଧାମରା ପୋର୍ଟରୁ ପରିବହନ କ୍ଷମତା ବହୁଗୁଣରେ ବୃଦ୍ଧି ଘଟିଛି। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି କୌଣସି ନା କୌଣସି ଆଳ ଦେଖାଇ ଏହି ପ୍ରକଳ୍ପକୁ ଅଣଦେଖା କରାଯାଉଛି ବୋଲି ଜିଲାବାସୀ ମତପୋଷଣ କରିଛନ୍ତି ା ଯାଜପୁର-ଧାମରା ରେଳପଥ ସଂଯୋଗ କ୍ରିୟାନୁଷ୍ଠାନ କମିଟି, ବିରଜାକ୍ଷେତ୍ର ବିକାଶ ମଞ୍ଚ ଆଦି ଅନୁଷ୍ଠାନର କର୍ମକର୍ତ୍ତା ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri