Categories: ଜାତୀୟ

୧୮ରେ ରେଳ ରୋକୋ, ୨୬ରେ ମହାପଞ୍ଚାୟତ…

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣା ବିରୋଧରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ଅକ୍ଟୋବର ୧୮ରେ ଦେଶରେ ରେଳ ରୋକୋ କରାଯିବା। ସେହିପରି ଅକ୍ଟୋବର ୨୬ରେ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏନେଇ ସଂଗଠନର ନେତା ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ପ୍ରେସ୍‌ କ୍ଲବଠାରେ ଅନୁଷ୍ଠିତ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ଏନେଇ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ଅକ୍ଟୋବର ୧୫ରେ ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯିବ ବୋଲି ସେ କହିଛନ୍ତି। ସଂଗଠନ ପକ୍ଷରୁ ଲଖିମପୁର ଖେରି ଘଟଣାରେ ଆଶିଷ ମିଶ୍ରାଙ୍କୁ ଗିରଫ ଦାବି କରାଯାଇଛି। ସେହିପରି ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଶୀଘ୍ର ଇସ୍ତଫା ଦେବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି।

Share