ଭୁବନେଶ୍ୱର,୩୧।୮(ଅଭିଜିତ୍ ଦାସ)ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେଶନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅନେକ ଟ୍ରେନ୍ ବାତିଲ ହୋଇଥିଲା। ଏଥିସହ ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ତୃତୀୟ ଲାଇନ୍ ଓ ସିଗ୍ନାଲ ସିଷ୍ଟମ କାର୍ଯ୍ୟ ଲାଗି ଭୁବନେଶ୍ୱରକୁ ଟ୍ରେନ୍ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଫଳରେ ୧୭ ତାରିଖରୁ ୩୦ ତାରିଖ ଯାଏ ଭୁବନେଶ୍ୱର, ବାଣୀବିହାର, ମଞ୍ଚେଶ୍ୱର, ବାରଙ୍ଗ ସମେତ ଅନ୍ୟ କେତେକ ଷ୍ଟେଶନରେ ଯାତ୍ରୀମାନେ ନାନା ହଟହଟା ହୋଇଥିଲେ। ଏବେ ଏହି ତୃତୀୟ ଲାଇନ୍ କାମ ଶେଷ ହୋଇଥିବାରୁ ୩୧ ତାରିଖରୁ ଭୁବନେଶ୍ୱର ରେଳ ଷ୍ଟେଶନ ଦେଇ ରେଳ ଚଳାଚଳ ସ୍ବାଭାବିକ ହେବ।
ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ଖୋର୍ଦ୍ଧା ରୋଡ୍-ବାରଙ୍ଗ ୩୫ କି.ମି. ତୃତୀୟ ଲାଇନ ପ୍ରକଳ୍ପର ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ପୂର୍ବରୁ ୨ଟି ଟ୍ରାକ୍ରେ ଟ୍ରେନ୍ ଚଳାଚଳ କରୁଥିବାବେଳେ ଏବେ ତୃତୀୟ ଟ୍ରାକ୍ କାମ ଶେଷ ହୋଇଛି। ଏହାସହ ୬.୫ କି.ମି. ତୃତୀୟ ଟ୍ରାକ୍ରେ ସ୍ବୟଂଚାଳିତ ସାଙ୍କେତିକ ପ୍ରଣାଳୀ(ସିଗନାଲ ସିଷ୍ଟମ)ର କାର୍ଯ୍ୟ ମଧ୍ୟ ସରିଛି। ବୁଧବାର ଦକ୍ଷିଣ-ପୂର୍ବ ରେଳ ନିରାପତ୍ତା ଆୟୋଗ(ସିଆରଏସ୍) ନବ ନିର୍ମିତ ତୃତୀୟ ଟ୍ରାକ୍ରେ ସ୍ବୟଂଚାଳିତ ସିଗ୍ନାଲ ସିଷ୍ଟମ ନିରୀକ୍ଷଣ କରିଥିଲେ। ଏଥିସହ ୨ ଷ୍ଟେଶନ ମଧ୍ୟରେ ହାଲୁକା ଇଞ୍ଜିନ ଚଳାଚଳ କରାଯାଇଥିଲା। ତେବେ ସିଆର୍ଏସ୍ ଅନୁମତି ପାଇବା ପରେ ତୃତୀୟ ଲାଇନ୍ରେ ଟ୍ରେନ୍ ଚଳାଚଳ କରିବ। ଅନ୍ୟପକ୍ଷରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେଉଥିଲେ ମଧ୍ୟ ବାତିଲ ହୋଇଥିବା କେତେକ ଟ୍ରେନ୍ ମୂଳ ଷ୍ଟେଶନରେ ନ ଥିବାରୁ କେତେକକୁ ଗୁରୁବାର ପାଇଁ ବାତିଲ କରାଯାଇଛି। ଭୁବନେଶ୍ୱର ଷ୍ଟେଶନରୁ ୪ଟି ଟ୍ରେନ୍ ଆଂଶିକ ବାତିଲ ହୋଇଥିବାବେଳେ ୧୪ଟି ଟ୍ରେନ୍ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ
ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା
ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
Archives


