ଭୁବନେଶ୍ୱର,୩୧।୮(ଅଭିଜିତ୍ ଦାସ)ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେଶନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅନେକ ଟ୍ରେନ୍ ବାତିଲ ହୋଇଥିଲା। ଏଥିସହ ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ତୃତୀୟ ଲାଇନ୍ ଓ ସିଗ୍ନାଲ ସିଷ୍ଟମ କାର୍ଯ୍ୟ ଲାଗି ଭୁବନେଶ୍ୱରକୁ ଟ୍ରେନ୍ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଫଳରେ ୧୭ ତାରିଖରୁ ୩୦ ତାରିଖ ଯାଏ ଭୁବନେଶ୍ୱର, ବାଣୀବିହାର, ମଞ୍ଚେଶ୍ୱର, ବାରଙ୍ଗ ସମେତ ଅନ୍ୟ କେତେକ ଷ୍ଟେଶନରେ ଯାତ୍ରୀମାନେ ନାନା ହଟହଟା ହୋଇଥିଲେ। ଏବେ ଏହି ତୃତୀୟ ଲାଇନ୍ କାମ ଶେଷ ହୋଇଥିବାରୁ ୩୧ ତାରିଖରୁ ଭୁବନେଶ୍ୱର ରେଳ ଷ୍ଟେଶନ ଦେଇ ରେଳ ଚଳାଚଳ ସ୍ବାଭାବିକ ହେବ।
ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ଖୋର୍ଦ୍ଧା ରୋଡ୍-ବାରଙ୍ଗ ୩୫ କି.ମି. ତୃତୀୟ ଲାଇନ ପ୍ରକଳ୍ପର ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ପୂର୍ବରୁ ୨ଟି ଟ୍ରାକ୍ରେ ଟ୍ରେନ୍ ଚଳାଚଳ କରୁଥିବାବେଳେ ଏବେ ତୃତୀୟ ଟ୍ରାକ୍ କାମ ଶେଷ ହୋଇଛି। ଏହାସହ ୬.୫ କି.ମି. ତୃତୀୟ ଟ୍ରାକ୍ରେ ସ୍ବୟଂଚାଳିତ ସାଙ୍କେତିକ ପ୍ରଣାଳୀ(ସିଗନାଲ ସିଷ୍ଟମ)ର କାର୍ଯ୍ୟ ମଧ୍ୟ ସରିଛି। ବୁଧବାର ଦକ୍ଷିଣ-ପୂର୍ବ ରେଳ ନିରାପତ୍ତା ଆୟୋଗ(ସିଆରଏସ୍) ନବ ନିର୍ମିତ ତୃତୀୟ ଟ୍ରାକ୍ରେ ସ୍ବୟଂଚାଳିତ ସିଗ୍ନାଲ ସିଷ୍ଟମ ନିରୀକ୍ଷଣ କରିଥିଲେ। ଏଥିସହ ୨ ଷ୍ଟେଶନ ମଧ୍ୟରେ ହାଲୁକା ଇଞ୍ଜିନ ଚଳାଚଳ କରାଯାଇଥିଲା। ତେବେ ସିଆର୍ଏସ୍ ଅନୁମତି ପାଇବା ପରେ ତୃତୀୟ ଲାଇନ୍ରେ ଟ୍ରେନ୍ ଚଳାଚଳ କରିବ। ଅନ୍ୟପକ୍ଷରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେଉଥିଲେ ମଧ୍ୟ ବାତିଲ ହୋଇଥିବା କେତେକ ଟ୍ରେନ୍ ମୂଳ ଷ୍ଟେଶନରେ ନ ଥିବାରୁ କେତେକକୁ ଗୁରୁବାର ପାଇଁ ବାତିଲ କରାଯାଇଛି। ଭୁବନେଶ୍ୱର ଷ୍ଟେଶନରୁ ୪ଟି ଟ୍ରେନ୍ ଆଂଶିକ ବାତିଲ ହୋଇଥିବାବେଳେ ୧୪ଟି ଟ୍ରେନ୍ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
Archives

