ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ…

ରାଇକିଆ,୨୦ା୧୧(ପ୍ରଦୀପ ବେହେରା): ଆଉ କିଛି ଦିନ ପରେ ପ୍ରଥମାଷ୍ଟମୀ। ଉପକୂଳ ଅଞ୍ଚଳଗୁଡ଼ିକରେ ସୁସ୍ବାଦୁ ପିଠା ପ୍ରସ୍ତୁତି ପାଇଁ ହଳଦୀପତ୍ରର ଆବଶ୍ୟକତା ରହୁଛି। ଏଥିପାଇଁ ହଳଦୀ ପତ୍ରର ଚାହିଦା ବଢ଼ିଛି। ଚାଷୀଙ୍କଠାରେ ମଧ୍ୟ ଏ ନେଇ ଉତ୍ସାହ ଦେଖାଦେଇଛି। ରାଇକିଆ- ଦାରିଙ୍ଗିବାଡ଼ି ରାସ୍ତାରେ ବହୁ ସଂଖ୍ୟାରେ ଚାଷୀ ଏହି ପତ୍ରକୁ ବିକ୍ରି କରୁଛନ୍ତି। ଜିଲା ବାହାରୁ ବ୍ୟବସାୟୀମାନେ ଆସି ଏହାକୁ କିଣି ନେଇଛନ୍ତି। ଏହା ଚାଷୀଙ୍କ ପାଇଁ ସମୟ ସାମୟିକ ଆୟ ହୋଇଥିଲେ ମଧ୍ୟ ବହୁତ କମ୍‌ ଦରରେ ବିକ୍ରି କରୁଥିବାରୁ ନିରାଶ ଭାବ ମଧ୍ୟ ଦେଖିବାକୁ ମିଳୁଛି। ୧୦ଟି ପତ୍ରକୁ ମାତ୍ର ଦୁଇରୁ ୩ଟଙ୍କା ଦରରେ ବିକ୍ରି କରୁଥିବା ବେଳେ ଜଣେ ଚାଷୀ ଦିନ ତମାମ ପରିଶ୍ରମ କରି ୩୦୦ରୁ ୪୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ସମୁଦାୟ ଜଣ ପିଛା ଦୁଇରୁ ତିନି ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତ। ଅନ୍ୟପକ୍ଷରେ ଏହି ପତ୍ର ସହରରେ ଚଢ଼ା ଦରରେ ବିକ୍ରି ହୋଇଥାଏ ବୋଲି ସିକକେତା ଅଞ୍ଚଳର ଚାଷୀ ସୁକରୁ ପ୍ରଧାନ କୁହନ୍ତି। ହଳଦୀ ଦର କମ୍‌ ଯୋଗୁ ଚାଷୀଙ୍କ ରୋଜଗାର କମୁଥିବାବେଳେ ପତ୍ର ଯଦି ସଠିକ ଦର୍‌ରେ ବିକ୍ରି ହୁଏ ନିଶ୍ଚିତ ଭାବେ ସେମାନଙ୍କ ରୋଜଗାର କେତେକାଂଶରେ ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri