ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ ବିଦ୍ୟାଳୟରେ ଏବଂ ରାଇକିଆ ଅଞ୍ଚଳରେ କୃତିତ୍ୱ ଓ ଗୌରବ ହାସଲ କରିଛନ୍ତି । ୬ ଜଣ ୯୦% ପ୍ରତିଶତରୁ ଅଧିକ ଏବଂ ୪୧ ଜଣ ୬୦% ପ୍ରତିଶତରୁ ଅଧିକ ସହିତ ମୋଟ ୭୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୬ ଜଣ ପାସ କରିଥିବା ପ୍ରିନିସପାଲ ଅମିୟ କୁମାର ମହାପାତ୍ରଙ୍କ ସୂଚନାରୁ ଜଣାପଡିଛି । ଟପ୍ପର ହୋଇଥିବା ସ୍ନେହାଶିଷ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।