ବିଜେଡି ନେତା, ଠିକାଦାର, ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ: ଆଲମିରା ଭର୍ତ୍ତି ଟଙ୍କା ଦେଖି ଇଡି ତାଜୁବ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର,୧୭ା୧(ସତ୍ୟଜିତ ରାଉତ): ଗଞ୍ଜାମ ଜିଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ବଡ଼ଧରଣର ଏକାକାଳୀନ ଚଢ଼ାଉ କରାଯାଇଛି। ଏହି ସମୟରେ ଜଣେ ବ୍ୟବସାୟୀଙ୍କ ଘରୁ ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଛି, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି। ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହର ସମେତ କନିଶି, ଶେରଗଡ଼ ଓ ଆସିକା ଅଞ୍ଚଳରେ ଇଡି ଅଧିକାରୀମାନେ ଚଢ଼ାଉ କରି ବହୁ କାଗଜପତ୍ର ଜବତ କରିଛିନ୍ତି। ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ତଥା ଠିକାଦର ହୃଷୀକେଶ ପାଢ଼ୀ ଓ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ଆସିକାର ବାଲି ବ୍ୟବସାୟୀ ଭଗବାନ୍‌ ସାହୁ, ବ୍ରହ୍ମପୁର କନିଶିର ସୁନୀଲ ପାତ୍ର, ଶୁୁଭାଶିଷ ସାହୁ ଓରଫ ବଣ୍ଟି, ଲାଞ୍ଜିପଲ୍ଲୀ ଉମନଗର ଅଞ୍ଚଳର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଘରେ ଚଢ଼ାଉ କରାଯାଉଛି। ସେହିପରି ଏହି କ୍ରାଇମ୍‌ ସିଣ୍ଡିକେଟ୍‌ ଲିଙ୍କ୍‌ରେ ବ୍ରହ୍ମପୁରସ୍ଥିତ ସନ୍ତୋଷ ଦଳେଇଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଛି। ତେବେ ଶେରଗଡ଼ର ହୃଷୀକେଶ ଓ ତାଙ୍କ ପୁଅ ସଚିନ ଠିକାଦର ହୋଇଥିବା ବେଳେ ଅନ୍ୟମାନେ ବାଲି ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି। ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଥିବା ଘର କାହାର ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଏମାନଙ୍କ ସହଯୋଗୀଙ୍କ ଘର ବୋଲି ସୂଚନା ମିଳିଛି। ଏହି ଟଙ୍କା ୫୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସହଯୋଗୀ ଜଣକ ବଡ଼ ବାଲି ବ୍ୟବସାୟୀ ହୋଇ ନ ଥିବା ବେଳେ ତାଙ୍କଘରୁ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିଶ୍ୱାସ କରିପାରୁନାହାନ୍ତି। ଏହି ସିଣ୍ଡିକେଟରେ ଥିବା ବହୁ ବଡ଼ ବ୍ୟବସାୟୀମାନେ ସନ୍ତୋଷଙ୍କ ଘରେ କିଛିଦିନ ହେବ ଏହି ଟଙ୍କା ଗଚ୍ଛିତ କରି ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ଜବତ ଟଙ୍କାକୁ ବ୍ୟାଙ୍କ ଅଧିକାରୀମାନେ ନେଇ ଗଣତି ଆରମ୍ଭ କରିଛନ୍ତି। ତେବେ ଚଢ଼ାଉ କରାଯାଇଥିବା ବାଲି ବ୍ୟବସାୟୀଙ୍କ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ ଓ ଯାଞ୍ଚ କରାଯାଉଥିବା ଜଣାପଡିଛି। ଏମାନେ ବେନାମୀ ଲୋକଙ୍କ ନଁାରେ ବାଲିଘାଟ ଟେଣ୍ଡର ନେଇ ବ୍ୟବସାୟ କରୁଥିବା ଅଭିଯୋଗ ରହିଛି। ଏପରିକି ସେମାନେ ଦୀର୍ଘଦିନ ହେବ ବେଆଇନ ଭାବେ ବାଲି ଖନନ କରି ବିପୁଳ ଟଙ୍କା ରୋଜଗାର କରିଥିବା ବେଳେ ଟିକସ ମଧ୍ୟ ପୈଠ କରୁ ନ ଥିଲେ। କିଛିଦିନ ହେବ ଇଡି ପକ୍ଷରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ପରେ ସର୍ଚ୍ଚ ୱାରେଣ୍ଟ ସହ ଇଡି ପକ୍ଷରୁ ଏହି ବଡ଼ ଧରଣର ରେଡ୍‌ କରାଯାଉଛି।
ଏନେଇ ଇଡି ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ କୁହାଯାଇଛି, ବେଆଇନ ଓ ଅନଧିକୃତ ଭାବେ ବାଲି ଓ କଳା ପଥର ଖନନ ଏବଂ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଏହି ଚଢ଼ାଉ କରାଯାଉଛି। ବ୍ୟବସାୟୀମାନେ ଅପରାଧୀ ଶ୍ରେଣୀୟ ହୋଇଥିବାବେଳେ ବାହୁବଳ ଜରିଆରେ ଜବରଦଖଲ କରି ବେଆଇନ ଭାବେ ଲଘୁ ଖଣିଜ ଖନନ କରିବା ସହ ସ୍ଥାନୀୟ ଲୋକଙ୍କୁ ଶୋଷଣ ଓ ଭୟଭୀତ କରି ରଖୁଛନ୍ତି। ସେମାନେ ଜାଲ କାଗଜପତ୍ର ଜରିଆରେ ଏହି କାରବାର କରିଆସୁଛନ୍ତି। ଏହାଦ୍ୱାରା ରାଜସ୍ବ ହାନି ଘଟିଛି। ଜବତ ହୋଇଥିବା ଟଙ୍କାର ନିର୍ଦ୍ଦିଷ୍ଟ ପରିମାଣ ଓ ଅନ୍ୟାନ୍ୟ ବିବରଣୀ ବିଷୟରେ ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri