Categories: ଜାତୀୟ

୮ ରାଜ୍ୟର ୨୫ ପିଏଫଆଇ କାର୍ଯ୍ୟାଳୟ ଉପରେ ଚଢାଉ କରିବ ଏନଆଇଏ

ନୂଆଦିଲ୍ଲୀ,୨୭ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ସମେତ ଅନ୍ୟ ଏଜେନ୍ସି ଦ୍ୱିତୀୟ ଥର ଲାଗି ପିଏଫଆଇର କାର୍ଯ୍ୟାଳୟ ଉପରେ ଚଢାଉ କରିବ । ଏହି ଚଢାଉ ଦ୍ୱିତୀୟ ରାଉଣ୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ କେରଳର ପିଏଫଆଇ ମେମ୍ବର ଶଫିକ ପୈଠଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ପଚରାଉଚରା ପରେ ଜଣାପଡିଥିଲା କି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଟନା ରାଲି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଟାର୍ଗେଟରେ ଥିଲା ।
ସୂଚନାଯୋଗ୍ୟ, ଏନଆଇଏକୁ ଏହାପୂର୍ବରୁ ଚଢାଉରେ ଯାହା କିଛି ଲିଡ ମିଳିଥିଲା ସେହି ଆଧାରରେ ଏଥର ୮ ରାଜ୍ୟର ୨୫ ସ୍ଥାନରେ ରେଡ କରାଯିବ । ମଙ୍ଗଳବାର ସକାଳୁ ରେଡ ଆରମ୍ଭ କରାଯାଇଥିବା ବେଳେ ପିଆଇଏଫର କେତେଜଣ ସଦସ୍ୟଙ୍କୁ ଏଜେନ୍ସି ଅଟକ ରଖିଥିବା ଜଣାପଡିଛିି ।
ପିଏଫଆଇକୁ ନେଇ ଏଟିଏସ ଟିମ ୱେଷ୍ଟ ଉତ୍ତର ପ୍ରଦେଶରେ କିଛି ସ୍ଥାନରେ ରେଡ ଆରମ୍ଭ କରିଛନ୍ତି । ଏଟିଏସ ଟିମ ମିରଠ-ବୁଲନ୍ଦସରରେ କେତେଜଣଙ୍କୁ କଷ୍ଟୋଡିକୁ ନେଇ ପଚାରାଉଚରା କରୁଛନ୍ତି । ଏହା ବ୍ୟତୀତ ସୀତାପୁରରେ ବି ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।

Share