Categories: ଜାତୀୟ

ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…

ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ ହୋଇ ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା ଜବତ କରାଯାଇଛି।

ସତ୍ୟେନ୍ଦ୍ର ଘରେ ହୋଇଥିବା ଦିନିକିଆ ଚଢ଼ାଉରେ୨.୮୨ କୋଟି ଟଙ୍କା ଏବଂ ୧୩୩ ସୁନା ମୁଦ୍ରା ଜବତ କରାଯାଇଛି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ସୂଚନା ପ୍ରଦାନ କରାଯାଇଛି। ଜବତ ହୋଇଥିବା ନଗଦ ଟଙ୍କା ଏବଂ ସୁନା କୌଣସି ଆୟର ଉତ୍ସ ସତ୍ୟେନ୍ଦ୍ର ପ୍ରକାଶ କରିପାରି ନାହାନ୍ତି ବୋଲି ଇଡି କହିଛି।

ଇଡି କହିଛି ଯେ ନଗଦ ଟଙ୍କା ଏବଂ ସୁନା ମୁଦ୍ରା ଏକ ଗୁପ୍ତ ସ୍ଥାନରେ ରଖାଯାଇଥିଳା। ସୁନା ମୁଦ୍ରାର ଓଜନ ୧.୮୦ କିଲୋଗ୍ରାମ ବୋଲି ଇଡ଼ି ପକ୍ଷରୁ ସୂଚପା ପ୍ରଦାନ କରାଯାଇଛି ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ ଜାରି ରହିଛି।

Share