ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ  ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଚଢ଼ାଉ କରିବା ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରେ କେ. ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର  କୋର୍ଟ ଚାଲାଣ କରିଛନ୍ତି।

ଅଭିଯୁକ୍ତ ଜଣକ ହେଲେ ଜରଡା ଥାନା ନୂଆପେଣ୍ଠ ଗ୍ରାମରେ ରହୁଥିବା ପଦାଦିଗି ଗ୍ରାମର ବୁଲୁ ଚୌଧୁରୀ(୪୭)। ଥାନା ମାମଲା ନଂ.୧୯୧/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା -୧୧୨(୨)/୩୧୮(୪)/୧୦୯(୧)/୩(୫) ଏବଂ ୩ ଓପିଜି ଆକ୍ଟ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟାରେ ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟା ରେ  ଏକ ବଡ଼ ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଆଇଆଇସି ବିଶ୍ୱଜିତ ନାୟକଙ୍କୁ ସୂଚନା ମିଳିଥିଲା।  ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସୁବାସ ଚନ୍ଦ୍ର ବାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍  ଘଟଣାସ୍ଥଳରେ ପହଞ୍ଚି ଜୁଆ ଆଡ୍ଡାରେ ଅତର୍କିତ ଚଢାଉ କରିଥିଲେ।

ପୋଲିସକୁ ଦେଖି ବହୁସଂଖ୍ୟକ ଜୁଆଡି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ।ସେଠାରେ ଜୁଆ ଖେଳୁଥିବା ଡ଼ଭାର ଗ୍ରାମର ନରସିଂହ ସାହୁ ଓରଫ ପାଗି,ନୂଆପେଣ୍ଠ ଗ୍ରାମରେ ରହୁଥିବା ପଦାଦିଗି ଗ୍ରାମର ବୁଲୁ ଚୌଧୁରୀ,  ଚାନ୍ଦପୁର ଗ୍ରାମର ଶିବରାମ ପ୍ରଧାନ  ଏବଂ ଗୌଡ଼ଗାଁର ଶ୍ରୀନିବାସ ସାହୁଙ୍କୁ ପୋଲିସ କର୍ମଚାରୀମାନେ ଧରି ଦେବାରୁ ନରସିଂହ ଏବଂ ବୁଲୁ କନେଷ୍ଟବଳ ବିଭୁ ପ୍ରସାଦ ମିଶ୍ର, ତପନ କୁମାର ଡାକୁଆଙ୍କ ଗଳାକୁ ଚାପିଧରି ମାଡ଼ ମାରିବା ପରେ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ବୁଲୁଙ୍କୁ ପୋଲିସ ଟିମ୍ ମାଡ଼ି ବସିଥିଲେ। ସେଠାରେ ଜୁଆ ଖେଳୁଥିବା ଚାନ୍ଦପୁର ଗ୍ରାମର ଶିବରାମ ପ୍ରଧାନ ଏବଂ ଗୌଡ଼ଗାଁର ଶ୍ରୀନିବାସ ସାହୁଙ୍କୁ ଗିରଫ କରାଯିବା ପରେ ଉଭୟେ ଦୋଷ ସ୍ବୀକାର କରିବାରୁ ସେ ଦୁହିଁ ଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତରେ ଛଡାଯାଇଥିବା ଜଣାପଡ଼ିଛି। ଜୁଆଆଡ୍ଡାରୁ ପୋଲିସ ,୩୬ ହଜାର ୯୧୦ ଟଙ୍କା,୨ ଟି ମୋବାଇଲ ଫୋନ୍,୨ ଟି ବାଇକ, ତାର୍ପୋଲିନ ଜରିପାଲ,୧ ମୁଠା ତାସ ଜବତ କରି ଫେରିଥିଲେ। ଏନେଇ ଏଏସଆଇ ସୁବାସ ଚନ୍ଦ୍ର ବାୟକଙ୍କ ଏତଲା କ୍ରମେ ଅଭିଯୁକ୍ତ ମାନଙ୍କ ନାଁରେ ମକଦ୍ଦମା ରୁଜୁ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ପଚରା ଉଚୁରା କରିବାରେ ଡ଼ଭାର ଗ୍ରାମର ନରସିଂହ ସାହୁ ଓରଫ ପାଗି ଏବଂ ଅନ୍ୟ କିଛି ବ୍ୟକ୍ତି ଏହି ଜୁଆଆଡ୍ଡା ପରିଚାଳନା କରିବା ସହ ସେଠାରେ ଜୁଆ ଖେଳୁଥିଲେ ବୋଲି କହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଆଇପିଏଲ ୨୦୨୭ ପାଇଁ ସିଏସ୍‌କେର ମାଷ୍ଟରଷ୍ଟ୍ରୋକ, ୨ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେଲେ ଆଉ ୨ ନୂଆ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୫।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ନଭେମ୍ବର ୧୭ ତାରିଖ ସୁଦ୍ଧା ବିସିସିଆଇକୁ ଦାଖଲ…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?