Categories: ଜାତୀୟ

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ଘର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା…

ନୂଆଦିଲ୍ଲୀ, ୪।୬ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟା ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଟାର୍ଗେଟ କରିବା ଜାରି ରଖିଛନ୍ତି। ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ସେ କହିଛନ୍ତି ଯେ ଘରର ଠିକଣା ଲୋକ କଲ୍ୟାଣ ମାର୍ଗ ରଖିଦେଲେ ଲୋକଙ୍କ କଲ୍ୟାଣ ହୁଏନା। ରାହୁଲ ମୁଦ୍ରାସ୍ଫୀତି ପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଏବଂ ଲୋକଙ୍କ ଆୟ ହ୍ରାସ ପାଉଛି।

ରାହୁଲ ଟୁଇଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୁଦ୍ରାସ୍ପୀତି ବୃଦ୍ଧି କରି ସାଢ଼େ ୬ କୋଟି କର୍ମଚାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଦରଦାମ୍‌ ବୃଦ୍ଧି ଏବଂ ଆୟ ହ୍ରାସ ମଡେଲ ଦେଶରେ ଲାଗୁ କରିଛନ୍ତି।

ଏହାପୂର୍ବରୁ ରାହୁଲ ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରି ଥିଲେ। ସେ ଟୁଇଟ କରି କହିଛନ୍ତି ଯେ ବ୍ୟାଙ୍କ ମ୍ୟାନେଜର, ଶିକ୍ଷକ ଏବଂ ଅନେକ ନିରୀହ ଲୋକଙ୍କୁ ପ୍ରତିଦିନ ହତ୍ୟା କରାଯାଉଛି। ସରକାର କାଶ୍ମୀରୀ ପଣ୍ଡିତମାନେ ପଳାୟନ କରୁଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଫିଲ୍ମର ପ୍ରମୋଶନରେ ଲାଗି ରହିଛନ୍ତିି।

ଭାଜପା ସରକାର କଶ୍ମୀରକୁ କେବଳ ନିଜ କ୍ଷମତାର ଶିଡ଼ି କରିଛି। କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ରାହୁଲ କହିଛନ୍ତି।

Share