Posted inଜାତୀୟ

ଚନ୍ଦ୍ରଚୂଡଙ୍କୁ ରାହୁଲଙ୍କ ବିରୋଧ! ମୋଦି ଚାହୁଁଛନ୍ତି…

ନୂଆଦିଲ୍ଲୀ,୨୦।୧୨: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ଜାତୀୟ ମାନବଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷକୁ ନେଇ କରାଯାଉଥିବା ଚର୍ଚ୍ଚା ସମୂର୍ଣ୍ଣ ଗୁଜବ ଅଟେ। ଚନ୍ଦ୍ରଚୂଡ କହିଛନ୍ତି, ଏସବୁ ଗୁଜବ। ବର୍ତ୍ତମାନ ସେ ସେବା ନିବୃତ ହେବା ପରେ ଜୀବନର ମଜା ନେଉଛନ୍ତି।

ଗତ ଜୁନ ୧ରୁ ଏନଏଚଆରସି ପଦବୀ ଖାଲି ପଡିଛି। କାରଣ ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଅରୁଣ କୁମାର ମିଶ୍ର ଯିଏକି ଏହି ପଦବୀରେ ଥିଲେ ତାଙ୍କ କାର୍ଯ୍ୟକାଳ ଜୁନ ୧ରୁ ହିଁ ସରିଯାଇଛି। ଏନେଇ ଡିସେମ୍ବର ୧୮ରେ ପ୍ରଧାନମନ୍ତ୍ରୀ ମୋଦିିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଜାତୀୟ ମାନବ ଅଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷ କରିବା ପାଇଁ ବୈଠକ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଉପସ୍ଥିତ ରହିଥିଲେ। ହେଲେ ଶୁଣିବାକୁ ମିଳୁଥିଲା ଯେ ଏହି ବୈଠକରେ ରାହୁଲ ଓ ଖାର୍ଗେ ଚନ୍ଦ୍ରଚୂଡ଼ଙ୍କୁ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ କରିବା ଉପରେ ରାଜି ହୋଇନଥିଲେ। ଚନ୍ଦଚୂଢ ଏନେଇ ଆଜି ମୁହଁ ଖୋଲି ଏ ସମ୍ପୂର୍ଣ୍ଣ ଚର୍ଚ୍ଚା ମିଛି ବୋଲି କହି ସାରିଥିଲେ ମଧ୍ୟ ସବୁଠାରୁ ବଡ଼ କଥା ହେଉଛି ଯେ କାହିଁକି ଚନ୍ଦ୍ରଚୂଡ଼ଙ୍କୁ ମାନବ ଅଧିକାରର ଅଧ୍ୟକ୍ଷ କରିବାରେ ବିରୋଧୀ ରାଜି ହେଉନାହାନ୍ତି ? ଏହା ପଛରେ କ’ଣ ରହିଛି ରାଜନୈତିକ କାରଣ ?

ଡି ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିବା ବେଳେ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ସେ କେତେବେଳେ ସରକାରୀ ପକ୍ଷଙ୍କୁ ସୁହାଇଲା ଭଳି ଶୁଣାଣି କରିଛନ୍ତି ତ ଆଉ କେତେବେଳେ ବିରୋଧୀ ପକ୍ଷଙ୍କୁ ସୁହାଇଲା ଭଳି ଶୁଣାଣି କରିଛନ୍ତି । ହେଲେ ଏବେ ନିକଟରେ ଗଣେଶ ପୂଜା ସମୟରେ ମୁମ୍ବାରେ ଚନ୍ଦ୍ରଚୂଡ଼ଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିବା ପରେ ବିବାଦ ଦେଖାଯାଇଥିଲା। ଏହି ଘଟଣାକୁ ବିରୋଧୀ ତୀବ୍ର ସମାଲୋଚନା କରିଥିଲେ। ବିରୋଧୀଙ୍କ କହିବା କଥା କିପରି ଜଣେ ପ୍ରଧାନବିଚାରପତିଙ୍କ ବାସଭବନରେ ଏକ ଉତ୍ସବରେ ପ୍ରଧନାମନ୍ତ୍ରୀ ଯୋଗ ଦେଲେ। କୁହାଯାଉଛି ସେବେଠାରୁ ଚନ୍ଦ୍ରଚୂଡ଼ଙ୍କ ଉପରେ ଖୁବ୍ଧ ଅଛନ୍ତି ବିରୋଧୀ। ହୋଇପାରେ ଏହି କାରଣରୁ ଚନ୍ଦ୍ରଚୂଡ଼ଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ବିରୋଧୀ ଅସନ୍ତୁଷ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri