Posted inଜାତୀୟ

ରାହୁଲଙ୍କ ହିନ୍ଦୁତ୍ୱ ଟିପ୍ପଣୀ: ସଂସଦ ରେକର୍ଡରୁ ହଟାଗଲା ରାହୁଲଙ୍କ ଭାଷଣର ୧୪ଟି ଭାଗ

ନୂଆଦିଲ୍ଲୀ,୩।୭: ଲୋକସଭାରେ ସୋମବାର ଦେଇଥିବା ଭାଷଣକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କିନ୍ତୁ ତା’ ପରଠାରୁ ଅନ୍ୟ ଏକ ଘଟଣାକୁ ନେଇ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ତାହା ହେଲା ଲୋକ ସଭା ବାଚସ୍ପତି ଓମ ବିର୍ଲା ତାଙ୍କ ଭାଷଣର ୧୪ଟି ଭାଗକୁ ସଂସଦର ରେକର୍ଡରୁ ହଟାଇ ଦେଇଛନ୍ତି।

କହିରଖୁଛୁ କି, ଭାଜପାକୁ ନେଇ ହିନ୍ଦୁ ଧର୍ମ ବିଷୟରେ ରାହୁଲ ନିଜ ଭାଷଣରେ କହିଥିଲେ। ଏଥିସହ ତିନି ଜଣ ବିଶିଷ୍ଟ ଶିଳ୍ପପତିଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଯାହାହକୁ ସେ ପ୍ରାୟ ମୋଦିଙ୍କ ସହ ଯୋଗାଯୋଗରେ ରୁହନ୍ତି ବୋଲି ଉଲ୍ଲେଖ କରନ୍ତି। ଅଗ୍ନିପଥ ଯୋଜନା, NEET ବିବାଦ, ମଣିପୁର ଏବଂ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିଥିବା ବିଷୟ ଉପରେ ମଧ୍ୟ ରେକର୍ଡରୁ ହଟାଇ ଦେଇଛନ୍ତି।

ବାଚସ୍ପତିଙ୍କ ଏଭଳି କାର୍ଯ୍ୟକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ତାଙ୍କ ମନ୍ତବ୍ୟକୁ ସଂସଦୀୟ ରେକର୍ଡକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ପଟେ ଓମ ବିର୍ଲା ହିନ୍ଦୁ ଧର୍ମ ଏବଂ ଭାଜପା ବିଷୟରେ ରାହୁଲ ଗାନ୍ଧୀଙ୍କ ସନ୍ଦର୍ଭକୁ ହଟାଇ ଦେଇଥିବାବେଳେ ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣରେ ହସ୍ତକ୍ଷେପ କରିବା ସମୟରେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିପ୍ପଣୀକୁ ହଟାଇ ନାହାଁନ୍ତି। ରାହୁଲଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଏକ ଗମ୍ଭୀର ପ୍ରସଙ୍ଗ। ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ପ୍ରସଙ୍ଗ। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିକ୍ରିୟାକୁ ମଧ୍ୟ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri