ରାହୁଲଙ୍କ ଅର୍ଦ୍ଧଶତକ; ସିଏସ୍‌କେକୁ ବିଜୟ ଲକ୍ଷ୍ୟ ୧୭୯ ରନ

ଦୁବାଇ, ୪।୧୦: ଆଇପିଏଲ୍‌ ୧୩ତମ ସଂସ୍କରଣରେ ରବିବାର ଅନୁଷ୍ଠିତ ଅଷ୍ଟାଦଶ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ଭେଟିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର୍‌ ତଥା ଅଧିନାୟକ ଲୋକେଶ ରାହୁଲ ସର୍ବାଧିକ ୬୩ ରନ୍‌ (୫୨ ବଲ୍‌) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ବାଲ ୨୬, ମନ୍‌ଦୀପ୍‌ ସିଂ ୨୭, ନିକୋଲାସ ପୁରାନ ୩୩, ଗ୍ଲେନ ମ୍ୟାକ୍ସଓ୍ବେଲ ୧୧*, ସର୍ଫରାଜ ଖାନ ୧୪* ରନ କରିଥିଲେ। ସିଏସ୍‌କେ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଉଇକେଟ୍‌ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଚେନ୍ନାଇ ୪ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ୩ ପରାଜୟ ସହ ଟେବୁଲ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ସେହିଭଳି ପଞ୍ଜାବ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ୩ ପରାଜୟବରଣ କରି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ କୋହଲି

ମୁମ୍ବାଇ, ୧୦।୧୨- ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ ବୁଧବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ପ୍ରଥମ...

ବିଶ୍ୱର ସର୍ବବୃହତ୍‌ ଜର୍ସି ଉନ୍ମୋଚିତ

ଅହମଦାବାଦ,୨୯।୫: ନରେନ୍ଦ୍ର ମାଦି ଷ୍ଟାଡିୟମରେ ରବିବାର ଆୟୋଜିତ ଆଇପିଏଲ ୨୦୨୨ ସଂସ୍କରଣର ଉଦ୍‌ଯାପନୀ ଉତ୍ସବରେ ସର୍ବବୃହତ୍‌ କ୍ରିକେଟ ଜର୍ସି ଉନ୍ମୋଚିତ ହୋଇଛି। ଏହାକୁ ଭାରତୀୟ ଦଳର...

ଉମେଶ ଯାଦବଙ୍କ କୃତିତ୍ୱ

ରାଞ୍ଚି, ୨୧।୧୦- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟର ୨ୟ ଦିବସରେ ଭାରତର ଉମେଶ ଯାଦବ ତାଙ୍କ ବ୍ୟାଟିଂ ଦକ୍ଷତା...

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି...

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା...

ଜାତୀୟ ଶିବିରରେ ୨ ଓଡ଼ିଆ

କଟକ ଅଫିସ,୨୯|୧୦- ବାହାରିନ୍‌ଠାରେ ହେବାକୁ ଥିବା ଏଏଫ୍‌ସି ୧୫ ବର୍ଷରୁ କମ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌-୨୦୨୦ ନିମନ୍ତେ ଜାତୀୟ ଦଳର ପ୍ରସ୍ତୁତି ଓ ଚୟନ ଶିବିର ଗୋଆଠାରେ...

ବୋଟାସ ଜିତିଲେ ୟୁଏସ୍‌ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ

ଅଷ୍ଟିନ, ୫ା୧୧ (ଏଏଫ୍‌ପିି)-ଲୁଇସ୍‌ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଫର୍ମୁଲା...

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ...

Advertisement
Archives

Model This Week