ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାରଠାରୁ ତାଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ତେବେ ଏହି ରିମାଣ୍ଡ ସମୟରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ତାଙ୍କ ଅପରାଧର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି। ଅଭିଯୁକ୍ତ ରାହୁଲଙ୍କ ନିଶା କାରବାର ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସହ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଲମ୍ବିଥିବା ଜଣାପଡିଛି। କେଉଁଠାରେ ଗଞ୍ଜେଇ ଚାଷ ହେଉଛି, କେମିତି ଚୋରା ଚାଲାଣ କରାଯାଉଛି, ତାହାର ଟିକିନିଖି ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଉଖାଳିଛି ରାହୁଲ। ଗଞ୍ଜେଇ ବେପାର ପାଇଁ ପୁରୁଣା ଗାଡିକୁ ପ୍ରଥମେ କ୍ରୟ କରୁଥିଲେ। ପରେ ଏହାକୁ କୋଲକାତାରେ ମୋଡିଫାଏ କରାଯାଇ ସେଥିରେ ସ୍ବତନ୍ତ୍ର ଗୁପ୍ତ ଚାମ୍ବର କରାଯାଉଥିଲା। ଏହାଦ୍ୱାରା ପୋଲିସଠାରୁ ବର୍ତ୍ତିବା ସହ ଗଞ୍ଜେଇ ଚୋରାଚାଲାଣରେ ବହୁ ସୁବିଧା ହେଉଥିଲା। ସେହିପରି ଏକାଧିକ ବ୍ୟକ୍ତିଙ୍କୁ ନିଜ ର଼୍ୟାକେଟରେ ସାମିଲ କରିଥିଲେ। ଏହାସହ ଅଧିକାଂଶ ଚୋରା ଚାଲାଣ ଭଡ଼ା ଗାଡ଼ିରେ ହେଉଥିଲା। ତେଣୁ ପୋଲିସ ସମସ୍ତ ଗାଡି ମାଲିକଙ୍କୁ ଚିହ୍ନଟ କରିଛି। ସେମାନେ ଜାଣତରେ ଏହି ବେଆଇନ କାରବାର ପାଇଁ ଗାଡି ଭଡ଼ାରେ ଦେଉଥିଲେ କି ଅଜାଣତରେ ପୋଲିସ ସେମାନଙ୍କୁ ଖୁବ୍‌ଶୀଘ୍ର ଡାକି ପଚରାଉଚରା କରିବା ବୋଲି ଜଣାପଡିଛି। ଅପରପକ୍ଷେ ରାହୁଲଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଓ ଅନଲାଇନ ମାଧ୍ୟମରେ ବହୁ ଟଙ୍କା କାରବାର ହେଉଥିବାର ପ୍ରମାଣ ପୋଲିସ ହାତରେ ଲାଗିଛି। ଏହାସହ ସେ ଏହି ବେଆଇନ କାରବାରରୁ ପାଉଥିବା ବିପୁଳ ଅର୍ଥରେ ତାରକା ହୋଟେଲରେ ରହିବା ସହ ବିମାନ ଯାତ୍ରା କରୁଥିବାରୁ ଏସବୁ ବାବଦକୁ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ପାଇଁ ଆବଶ୍ୟକ ତଥ୍ୟ ଯୋଗାଡ଼ ଚାଲିଛି। ସେହିଭଳି ଅଭିଯୁକ୍ତମାନେ ଚାଷୀଙ୍କଠାରୁ ୩ରୁ ୪ ହଜାର ଟଙ୍କାରେ ଗଞ୍ଜେଇ କିଣି ତାହାକୁ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରୁଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ତେଣୁ ଏହି ର଼୍ୟାକେଟର କେତେ ଲୋକ ରହିଛନ୍ତି, ସମସ୍ତଙ୍କୁ ଧରିବା ପାଇଁ ସ୍ପେଶାଲ କ୍ରାଇମ ୟୁନିଟ ଓଡିଶାର ବିଭିନ୍ନ ଜିଲା ପୋଲିସ,ଏନ୍‌ସିବି, ଏସ୍‌ଟିଏଫ ଏବଂ ବାହାର ରାଜ୍ୟ ପୋଲିସର ସହଯୋଗ ଲୋଡିଥିବା ସୂଚନା ମିଳିଛି।
ଗତ ଫେବୃଆରୀ ୧୧ରେ ଅଭିଯୁକ୍ତମାନେ ଚିତ୍ରକୋଣ୍ଡାରୁ କାର୍‌ରେ ଗଞ୍ଜେଇ ଧରି ବ୍ରହ୍ମପୁର, ଭୁବନେଶ୍ୱର ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବାବେଳେ ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ହାତରେ ଧରାପଡିଥିଲେ। ପୋଲିସ ବହୁ ବାଟ ଗୋଡ଼ାଇବା ପରେ ଶେଷରେ ପାହାଳ ନିକଟରେ ଧରିବା ସହ ଝାଡ଼ଖଣ୍ଡର ୩ ନିଶାବେପାରୀ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ ଓ ଲବ କିଶୋର ପ୍ରସାଦ ସହଦେବଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେମାନଙ୍କଠାରୁ ୩ଶହ କେଜି ଗଞ୍ଜେଇ ଜବତ କରିଥିଲା। କିଛି ଦିନ ତଳେ ର଼୍ୟାକେଟ ମୁଖ୍ୟ ରାହୁଲ ଝାରପଡ଼ା ଜେଲ୍‌ରେ ଥିବା ୩ ସାଥୀଙ୍କୁ ଦେଖା କରିବାକୁ ଆସିଥିବାବେଳେ ପୋଲିସ ଫାଶରେ ଫସିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri